ଜନତାଙ୍କ ପାଇଁ ଉତ୍ସର୍ଗ କର ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ୱେ : ସୁପ୍ରିମକୋର୍ଟ୍

0
929
eastern expressway
eastern expressway

ନୂଆଦିଲ୍ଲୀ : ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ୱେର ଉଦଘାଟନରେ ଯଦି ଚଳିତ ମାସର ଶେଷ ସୁଧା ନ ହୁଏ ତେବେ ଏହାକୁ ଜୁନ ୧ରୁ ଜନତାଙ୍କ ପାଇଁ ଉତ୍ସର୍ଗ କରାଯାଉ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
କୋର୍ଟ କହିଛନ୍ତି କି, ଯଦି ଏକ୍ସପ୍ରେସ ୱେ ସମ୍ପୂର୍ଣ୍ଣ ହୋଇସାରିଛି ତେବେ ଉଦଘାଟନ ପାଇଁ ଏତେ ବିଳମ୍ବ କାହିଁକି ହଉଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି କି ଯଦି ଚଳିତ ମାସର ଶେଷ ସୁଧା ଏହାର ଉଦଘାଟନ ନ ହୁଏ ତେବେ ଏହାକୁ ଜୁନ ୧ରୁ ଜନତାଙ୍କ ପାଇଁ ଉତ୍ସର୍ଗ କରାଯାଉ ।

ମାମଲାର ଶୁଣାଣି କରିବା ସମୟରେ କୋର୍ଟ୍ ଏକ ଉଦାହରଣ ଦେଇ କହିଛନ୍ତି କି, ମେଘାଳୟର କୋର୍ଟ ଗତ ପାଂଚ ବର୍ଷ ଧରି କାମ କରୁଛି କିନ୍ତୁ ଆଜିଯାଏଁ ଏହାର ଉଦଘାଟନ ହୋଇନାହିଁ । ଶୁଣାଣି ସମୟରେ ଏନଏଚଏଆଇ କତୃପକ୍ଷ କହିଛନ୍ତି କି, ସେମାନେ ଉଦଘାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି । ଏହାକୁ ନେଇ କୋର୍ଟ କହିଛନ୍ତି କି ଯଦି ପ୍ରଧାନମନ୍ତ୍ରୀ ବ୍ୟସ୍ତ ଅଛନ୍ତି ତେବେ ଆପଣ କାହିଁକି ତାହାର ଉଦଘାଟନ କରୁନାହାନ୍ତି । ପରିଶ୍ରମ ଆପଣ ମାନେ କରିଛନ୍ତି ବୋଲି କହିଛନ୍ତି କୋର୍ଟ୍ । ପୂର୍ବ ଶୁଣାଣିରେ କୋର୍ଟରେ ଏପ୍ରିଲ ମାସରେ ଉଦଘାଟନ ହେବାନେଇ ଏନଏଚଏଆଇ ତରଫରୁ କୁହାଯାଇଥିଲା । କିନ୍ତୁ କିଛି ହେଲା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏହି ଘଟଣାକୁ ନେଇ ହରିୟାଣା ସରକାର କୋର୍ଟରେ ଜବାବ ରଖିଛନ୍ତି । ସରକାର କହିଛନ୍ତି ଯେ ଏହି ଏକ୍ସପ୍ରେସ ୱେର ୮୧ ପ୍ରତିଶତ କାମ ସରିଛି । ଏହି କାମ ସାରିବାର ଡେଡଲାଇନ୍ ୨୦୧୯ ମସିହା ଫେବ୍ରୁଆରି ମାସ ପର୍ୟ୍ୟନ୍ତ ରହିଥିବା କହିଛନ୍ତି ହରିୟାଣା ସରକାର । ସୂଚନାଯୋଗ୍ୟ କି, କୁଣ୍ଡଳୀରୁ ପଲବଲ ପର୍ୟ୍ୟନ୍ତ ଗାଜିଆବାଦ ରାସ୍ତା ଦେଇ ଯାଉଥିବା ଇଷ୍ଟର୍ଣ୍ଣ ଏକ୍ସପ୍ରେସ୍ ୱେର ଦୂରତା ୧୩୫ କିମି । ଯାହା ସାହାଯ୍ୟରେ ହରିୟାଣା ଏବଂ ଉତରପ୍ରଦେଶ ମଧ୍ୟରେ ଦୂରତା ବହୁତ କମିଯିବ ।