ଜରିମାନା ନଦେଲେ ବ୍ୟାଜ୍ୟପ୍ତ ହେବ ସମ୍ପତି

0
1011

ଭୁବନେଶ୍ୱର : ଖଣିମାଲିକ ମାନଙ୍କ ଠାରୁ ବକେୟା ଜରିମାନା ରାଶି ଆଦାୟ କରିବେ ସରକାର  । ବକେୟା ରାଶି ନମିଳିଲେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି  । ଏପରିକି ସେମାନଙ୍କ ସମ୍ପତି ବ୍ୟାଜ୍ୟାପ୍ତ କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ୍ ବୁଧବାର ସୁଚନା ପ୍ରଦାନ କରିଛନ୍ତି  ।

Khabar Odisha: illegal-Coalmines-Notice-to-Mines-Owners

ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟର ୫୬ଟି ଖଣି ମାଲିକଙ୍କ ଠାରୁ ଜୋରିମାନା ଆଦାୟ କରିବା ପାଇଁ ନୋଟିସ୍ ଜାରି କରାଯିବ । ସେମାନଙ୍କ ଠାରୁ ୭୬୮୯ କୋଟି ଟଙ୍କାର ଜୋରିମାନା ଆଦାୟ କରାଯିବା ଲାଗି ଖୁବ୍ ଶୀଘ୍ର ୫୬ଟି ଖଣି ମାଲିକଙ୍କୁ ନୋଟିସ୍ ଜାରି କରାଯିବ । ସେ କହିଛନ୍ତି ଯେ ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହି କମିଟିରେ ତହସିଲଦାର , ଉପଜିଲ୍ଲାପାଳ ଓ ଖଣି ଅଧିକାରୀ ରହିବେ । ସେମାନେ ସମ୍ପୃକ୍ତ ଖଣି ମାଲିକଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ କରିବେ । ଜୋରିମାନା ଆଦାୟ ନେଇ ସୁପ୍ରିମ୍ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।  ଜିଲ୍ଲାପାଳମାନେ ଓଡ଼ିଶା ପବ୍ଲିକ୍ ଡ଼ିମାଣ୍ଡ ରିକଭରି (ଓପିଡ଼ିଆ) ଆଇନ୍ ଅନୁଯାୟୀ ଖିଲାପିକାରିଙ୍କ ସମ୍ପତି ଜବତ କରିବେ  ।