ଜଳସେଚନ : ୩ ବର୍ଷରେ ବଢିଛି ୩ଲକ୍ଷ ହେକ୍ଟର

0
997
Odisha-Economic-Survey-Report
Odisha-Economic-Survey-Report

ଭୁବନେଶ୍ୱର : ୩ ବର୍ଷରେ ବଢିଛି ୩ଲକ୍ଷ ହେକ୍ଟର  ଜଳସେଚିତ ଜମିର ପରିମାଣ ।  ୨୦୧୪-୧୫ରେ ରାଜ୍ୟରେ ମୋଟ ୩୪.୮୬ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଥିବା ବେଳେ ୨୦୧୬-୧୭ରେ ଏହା ୩୭.୮୪ ଲକ୍ଷ ହେକ୍ଟରରେ ପହଂଚିିଥିଲା । ଜଳସେଚନ କ୍ଷମତା ବଢିଥିବା ୩ ଲକ୍ଷ ହେକ୍ଟର ଜମିରୁ ୨ ଲକ୍ଷ ହେକ୍ଟର ହେଉଛି କେବଳ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପର । ବୃହତ ଏବଂ ମଧ୍ୟମ ଜଳସେଚନ କ୍ଷମତାରେ ବହୁତ କମ ମାତ୍ର ୦.୧୩ ଲକ୍ଷ ହେକ୍ଟର ଚାଷ ଜମି ବଢିଛି ।

କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ୨-୩ ବର୍ଷ ପରେ ଆଉ କାମ କରୁନଥିବା ବେଳେ ସରକାରଙ୍କ ପ୍ରାଥମିକତାରେ ଅଛି କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ।  ଆଜି ବିଧାନସଭାରେ ସ୍ଥାନିତ ହୋଇଥିବା ଅର୍ଥନୈତିକ ରିପୋର୍ଟରେ ୨୦୧୪-୧୫ରୁ ୨୦୧୬-୧୭ ମସିହା ମଧ୍ୟରେ ସବୁଠାରୁ ବେଶି ହାରରେ ବଢିଛି କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜଳସେଚିତ ଜମିର ପରିମାଣ ।

ପ୍ରକାଶ ପାଇଛି ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୧୪% ବୋଲି ଆକଳନ କରିଯାଇଛି ଏହି ରିପୋର୍ଟରେ । ଦେଶର ଜାତୀୟ ଅଭିବୃଦ୍ଧି ହାର ୬.୫% ଥିବା ବେଳେ ଓଡିଶାର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ବୋଲି ଦର୍ଶାଯାଇଛି । ୨୦୧୫-୧୬ରେ ଅଭିବୃଦ୍ଧି ହାର ୭.୯୪ ଥିବା ବେଳେ ୨୦୧୬-୧୭ରେ ଏହା କମି ୭.୧୪%କୁ ଆସିଯାଇଛି । ସେବା କ୍ଷେତ୍ରର ଅବଦାନ ରାଜ୍ୟର ଅର୍ଥନୀତି ପ୍ରତି ୪୫.୨୫% ଥିବା ବେଳେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଅବଦାନ ମାତ୍ର ୧୯.୯୮% ଅଛି । ରାଜ୍ୟର ୬୨% ଲୋକ ସିଧାସଳଖ ଭାବେ ଚାଷୀ ହୋଇଥିବା ବେଳେ ରାଜ୍ୟର ଅର୍ଥନୀତିକୁ ମାତ୍ର ୧୯.୯୮% ଅବଦାନ ପୁଣି ଥରେ ଚାଷିର ଦୁର୍ବଳ ଆର୍ଥନୈତିକ ସ୍ଥିତିକୁ ଦର୍ଶାଇଛି । ଶିଳ୍ପ କ୍ଷେତ୍ରର ଅବଦାନ ୩୪.୭୭% ଥିବା ବେଳେ ମାନ୍ୟୁଫାକ୍ଚରିଙ୍ଗ କ୍ଷେତ୍ରର ଅବଦାନ ୧୬.୨୩% ଅଛି ।