ମୁମ୍ବାଇ: ‘ନିଉଟନ୍ ’କୁ ଶ୍ରେଷ୍ଠ ସିନେମାଭାବେ ପୁରସ୍କୃତ କରାଯିବ । ସେହିପରି ‘ହେଲୋ ଆରସି’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରଭାବେ ପୁରସ୍କାରଲାଗି ମନୋନୀତ କରାଯାଇଛି। ବିନୋଦ ଖାନ୍ନାଙ୍କୁ ମରଣୋତ୍ତର ଦାଦାସାହେବ୍ ଫାଲକେ ପୁରସ୍କାର ପ୍ରଦାନ କରାଯିବ।
ଆଜି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ଏଥିରେ ଅମିତ ଭି ମାସୁରକରଙ୍କ ‘ନିଉଟନ୍ ’କୁ ଶ୍ରେଷ୍ଠ ସିନେମାଭାବେ ପୁରସ୍କୃତ କରାଯିବ ବୋଲି ଘୋଷିତ ହୋଇଛି।‘ବାହୁବଲୀ-୨’କୁ ଲୋକପ୍ରିୟ ସିନେମାଭାବେ ମିଳିବ ରାଷ୍ଟ୍ରୀୟ ପୁରସ୍କାର। ଠିକ୍ ସେହିପରି ଶ୍ରେଷ୍ଠ ଅଭିନେତାଭାବେ ରିଧି ସେନ୍ , ଶ୍ରେଷ୍ଠ ଅଭିନେତ୍ରୀଭାବେ ଶ୍ରୀଦେବୀ ମମ୍ ସିନେମାପାଇଁ ଏହି ପୁରସ୍କାର ପାଇବେ।
ଶ୍ରେଷ୍ଠ ସହ ଅଭିନେତାଭାବେ ଫହାଦ୍ ଫାଜଲ୍, ଶ୍ରେଷ୍ଠ ଅଭିନେତ୍ରୀଭାବେ ଦିବ୍ୟା ଦତ୍ତା ମନୋନୀତ ହୋଇଛନ୍ତି। ଏ ଆର୍ ରହମାନ୍ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକଭାବେ ସମ୍ମାନିତ ହେବେ। ୟେଶୁ ଦାସ ଏଥର ଶ୍ରେଷ୍ଠ ଗାୟକ ଏବଂ ଶଶା ତିରୁପତି ଶ୍ରେଷ୍ଠ ଗାୟିକା ଏହି ପୁରସ୍କାର ପାଇବେ। ଓଡ଼ିଆ ସିନେମା ‘ହେଲୋ ଆରସି’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ରଭାବେ ପୁରସ୍କାରଲାଗି ମନୋନୀତ କରାଯାଇଛି।ବିନୋଦ ଖାନ୍ନାଙ୍କୁ ମରଣୋତ୍ତର ଦାଦାସାହେବ୍ ଫାଲକେ ପୁରସ୍କାର ପ୍ରଦାନ କରାଯିବ।