ଭୁବନେଶ୍ୱର : ଜାତୀୟ ଦିବ୍ୟାଙ୍ଗ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରଥମ ଦିନ ଗୋଟିଏ ରୌପ୍ୟପଦକ ମିଳିଛି । ପଙ୍କଜ ଭୁଏ ଟି-୧୩ ଦୃଷ୍ଟିହୀନ ବର୍ଗର ୧୦୦ ମିଟର ଦୌଡ଼ରେ ୨ୟ ସ୍ଥାନରେ ରହି ଏହି ପଦକ ଜିତିଛନ୍ତି ।
ହରିଆନାର ପଞ୍ଚକୁଲାଠାରେ ଅନୁଷ୍ଠିତ ୧୮ତମ ଜାତୀୟ ଦିବ୍ୟାଙ୍ଗ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରଥମ ଦିନ ଗୋଟିଏ ରୌପ୍ୟପଦକ ମିଳିଛି । ଅନ୍ତର୍ଜାତୀୟ କ୍ରିକେଟରୁ ଦୌଡ଼କୁଦ ଦୁନିଆକୁ ଆସିଥିବା ପଙ୍କଜ ଭୁଏ ଟି-୧୩ ଦୃଷ୍ଟିହୀନ ବର୍ଗର ୧୦୦ ମିଟର ଦୌଡ଼ରେ ୨ୟ ସ୍ଥାନରେ ରହି ଏହି ପଦକ ଜିତିଛନ୍ତି । ଗତ ବର୍ଷ ମଧ୍ୟ ପଙ୍କଜ ଉଚ୍ଚ ଡିଅାଁ ଏବଂ ଲମ୍ବ ଡିଅାଁରେ ସ୍ୱଣ୍ଣ ଜିତିଥିଲେ । ତେବେ ଟି-୪୭ ବର୍ଗର ୧୦୦ ମିଟର ଦୌଡ଼ର ଯୋଗ୍ୟତା ମୁକାବିଲାରେ ଜୟନ୍ତୀ ବେହେରା ପ୍ରଥମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିବା ଓଡ଼ିଶା ପାରାଲିମ୍ପିକ ସଂଘର ସମ୍ପାଦକ ବିଷ୍ଣୁ ଚରଣ ସାହୁ ସୂଚନା ଦେଇଛନ୍ତି ।