ଜାତୀୟ ମାଷ୍ଟର୍ସ: ୨ୟ ଦିନ ସୁଦ୍ଧା ଓଡ଼ିଶାକୁ ୯ ସ୍ୱର୍ଣ୍ଣ ସହ ୨୬ ପଦକ

0
1019
web-banner
web-banner

ଭୁୁବନେଶ୍ୱର : ପ୍ରଥମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀମାନେ  ଦ୍ୱିତୀୟ ଦିନ ସୁଦ୍ଧା ୯ଟି ସ୍ୱର୍ଣ୍ଣ ସହିତ ୨୬ ପଦକ ଜିତିଛନ୍ତି ।

ପଞ୍ଜାବର ମୋହାଲିରେ ମଙ୍ଗଳବାର ଆରମ୍ଭ ହୋଇଥିବା ପ୍ରଥମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ଦିନ ସୁଦ୍ଧା ୯ଟି ସ୍ୱର୍ଣ୍ଣ ସହିତ ୨୬ ପଦକ ଜିତିଛନ୍ତି । ସନ୍ତରଣରେ ୩ ସ୍ୱର୍ଣ୍ଣ ସହ ୧୪ ପଦକ ମିଳିଥିବା ବେଳେ ଦୌଡ଼କୁଦରେ ୬ଟି ସ୍ୱର୍ଣ୍ଣ  ୧୨ଟି ପଦକ ମିଳିଛି । ସର୍ବମୋଟ ୯ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୯ଟି କାଂସ୍ୟ ପଦକ ମିଳିଛି । ଦୌଡ଼କୁଦର ୭୦ ବର୍ଷରୁ ଅଧିକ ପୁରୁଷ ବର୍ଗରେ ବୃନ୍ଦାବନ ସାହୁ ଉଚ୍ଚଡିଅାଁ ଓ ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ତଥା ଲମ୍ବଡିଅାଁ ଓ ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ତଥା ଲମ୍ବଡିଅାଁରେ ରୌପ୍ୟ ପଦକ ପାଇଛନ୍ତି ।  ୪୦ ବର୍ଷରୁ ଅଧିକ ମହିଳାରେ ରେଖା ଦେ’ ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ଓ ଲମ୍ବ ଡିଅାଁରେ ରୌପ୍ୟ ପଦକ ପାଇଛନ୍ତି । ୪୫ ଓ ୬୦ ବର୍ଷରୁ ଅଧିକ ପୁରୁଷ ବର୍ଗର ୨୦୦ ମିଟର ଦୌଡ଼ରେ ଯଥାକ୍ରମେ ବିଏସକେ ସାମଲ ଏବଂ ଅଶୋକ ବିଶ୍ୱାଳ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ୩୦ ବର୍ଷ ଓ ୫୦ ବର୍ଷରୁ ଅଧିକ ମହିଳା ସଟଫୁଟରେ ଯଥାକ୍ରମେ ସମ୍ବଲପୁରର ରଶ୍ମିତା ପୁରୋହିତ ଏବଂ ନମିତା ପଟେଲ ରୌପ୍ୟ ପଦକ ଜିତିଛନ୍ତି । ୪୦ ବର୍ଷରୁ ଅଧିକ ପୁରୁଷ ୧୦ ହଜାର ମିଟରରେ ପରିକ୍ଷିତ ପ୍ରଧାନ ଏବଂ ୬୦ ନମିତା ପଟେଲ ରୌପ୍ୟ ପଦକ ଜିତିଛନ୍ତି । ୪୦ ବର୍ଷରୁ ଅଧିକ ପୁରୁଷ  ୧୦ ହଜାର ମିଟରରେ ପରିକ୍ଷିତ ପ୍ରଧାନ ଏବଂ ୬୦ ବର୍ଷରୁ ଅଧିକ ପୁରୁଷ ଜାଭେଲିନ ଫିଙ୍ଗାରେ ଯୁଗଳ ପ୍ରସାଦ ସିଂହ କାଂସ୍ୟ ପଦକ ପାଇଛନ୍ତି ।