ଜାଲ୍‌ ନୋଟ୍‌ ଜମାକାରୀ ଗିରଫ

0
1028
fake-currecy
fake-currecy

ସୋର : ନକଲି ନୋଟ କାରବାରରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ପୋଲିସ ୨୨ଟି ନକଲି ନୋଟ ଜବତ କରି ଘଟଣାର  ଖୋଳତାଡ଼ କରୁଛି।

ଜାଲ ନୋଟ୍ ଜମା କରୁଥିବାବେଳେ ଜଣେ ଜମାକାରୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାଁ ବିଷ୍ଣୁ ନାୟକ। ବାଲେଶ୍ୱରର କ୍ଷୀରିକୋଣା ସମବାୟ ସମିତିରେ ବିଷ୍ଣୁ ଟଙ୍କା ଜମା କରିବାକୁ ଯାଇଥିଲେ। ୧ ଲକ୍ଷ ୫୦ ହଜାର ଟଙ୍କା  ଜମା କରୁଥିବା ବେଳେ ତା’ ଭିତରେ ୨୨ଟି ଦୁଇ ହଜାର ଟଙ୍କିଆ ଜାଲ ଥିବା ଜଣାପଡ଼ିଥିଲା।  ସମବାୟ ସମିତିର ସଂପାଦକ ଅଚ୍ୟୁତ ନନ୍ଦ ଦାସ ଜାଲ ନୋଟ୍‌ ନେଇ ପୋଲିସକୁ ଜଣାଇଥିଲେ । ବିଷ୍ଣୁଙ୍କ ନିକଟରୁ ପୋଲିସ ୨୨ଟି ନକଲି ନୋଟ ଜବତ କରିଛି। ସେ ଏହି ଜାଲ୍‌ ନୋଟ୍‌ କେଉଁଠୁ ଆଣିଲେ ଏବଂ ଏହି ଘଟଣାରେ ଆଉ  କିଏ ସଂପୃକ୍ତ ଅଛନ୍ତି ପୋଲିସ ଏନେଇ ଖୋଳତାଡ଼ କରୁଛି।