ଜାଲ୍ ନୋଟ୍ ରାକେଟ୍‌ର ପର୍ଦ୍ଦାଫାସ୍

0
962
fake note
fake note

ବୌଦ୍ଧ : ଓଡ଼ିଶାରେ ଜାଲ୍ ନୋଟ୍ ରାକେଟ୍‌। ବୌଦ୍ଧରେ ଏକ ଜାଲ୍ ନୋଟ୍ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ପୋଲିସ। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି।

 ଭାରତ ସରକାର ବଜାରକୁ ଛାଡ଼ିଥିବା ନୂଆ ରଙ୍ଗୀନ୍‌ ନୋଟ୍‌ର ବି ନକଲ ଏବେ ବଜାରକୁ ଆସିଗଲାଣି। ଏମିତି ଏକ ଘଟଣା ପଦାକୁ ଆସିଛି ଓଡ଼ିଶାରେ। ବୌଦ୍ଧରେ ଏକ ଜାଲ୍ ନୋଟ୍ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ପୋଲିସ। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଛି। ଏଥିସହ ଟଙ୍କା ଛାପିବା ଓ ଏହାକୁ ମାର୍କେଟକୁ ଛାଡ଼ିବାରେ ବ୍ୟବହୃତ ପ୍ରିଣ୍ଟର, ଲାପଟପ୍‌ ଓ ଏକ କାର୍‌ ଜବତ ହୋଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ୍‌ ନୋଟ୍‌ କାରବାର ବ୍ୟାପିଥିବା ପୋଲିସ ସୁରାକ ପାଇଛି। ଆଶା କରାଯାଉଛି ଏହି ରାକେଟ୍‌କୁ ଆଶ୍ରା କରି ପୋଲିସ୍ ଏକ ବଡ଼ ଧରଣର ସଫଳତା ନିଶ୍ଚୟ ପାଇପାରିବ।