‘ଜିଏସଏଟି-୬ଏ’ର ଉତକ୍ଷେପଣ ଆଜି

0
932
GSAT-6A
GSAT-6A

ଚେନ୍ନାଇ : ଗୁରୁବାର ସନ୍ଧ୍ୟାରେ ‘ଜିଏସଏଟି-୬ଏ’ ନାମରେ ଯୋଗାଯୋଗ ଉପଗ୍ରହକୁ ଉତକ୍ଷେପଣ   କରାଯାଉଛି।  ଏ  ନେଇ ଇସ୍ରୋ କାଉଣ୍ଟଡାଉନ ଆରମ୍ଭ କରିଦେଇଛି।  ଏହି ଅଭିଯାନକୁ ରେଡିନେସ ରୁଭ୍ୟୁ କମିଟି ଓ ଲଞ୍ଚ ଅଥରଟି ବୋର୍ଡର ସ୍ୱୀକୃତି ମିଳିବା ପରେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଗୁରୁବାର ସନ୍ଧ୍ୟାରେ ‘ଜିଏସଏଟି-୬ଏ’ ନାମରେ ଯୋଗାଯୋଗ ଉପଗ୍ରହକୁ ଉତକ୍ଷେପଣ କରିବାକୁ ଯୋଜନା କରିଛି। ଏହି ଉପଗ୍ରହ ଜିଏସଏଲଭି-ଏଫ୍‌୦୮ ଦ୍ୱାରା ଅଭିଯାନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି। ଉପଗ୍ରହର ଉତକ୍ଷେପଣ ନେଇ ଇସ୍ରୋ କାଉଣ୍ଟଡାଉନ ଆରମ୍ଭ କରିଦେଇଛି। ଶ୍ରୀହରିକୋଟା ଠାରୁ ଏହାକୁ ଉତକ୍ଷେପଣ କରାଯାଉଛି।  ଇସ୍ରୋ ପକ୍ଷରୁ ବୁଧବାର କୁହାଯାଇଛି, ଏହି ଅଭିଯାନକୁ ରେଡିନେସ ରୁଭ୍ୟୁ କମିଟି ଓ ଲଞ୍ଚ ଅଥରଟି ବୋର୍ଡର ସ୍ୱୀକୃତି ମିଳିବା ପରେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଜିଏସଏଲଭି-ଏଫ୦୮ର ଉତକ୍ଷେପଣ ଶ୍ରୀହରିକୋଟାସ୍ଥିତ ୨ୟ ଲଞ୍ଚିଙ୍ଗପ୍ୟାଡ ସତୀଶ ଧାଓ୍ଵନ ସ୍ପେସ ସେଣ୍ଟରରୁ ସନ୍ଧ୍ୟା ୪ଟା ୫୬ରେ ଶୁଭାରମ୍ଭ କରାଯିବାର ଯୋଜନା ରହିଛି। ୪୧୫.୬ ଟନ ଓଜନ ଥିବା ଉପଗ୍ରହ ୪୯.୧ମିଟର ଲମ୍ବ ରହିଛି। ଏହା ଜିସେଟ-୬ଏ ଉପଗ୍ରହ ଭଳି। ଏହାର କାର୍ୟ୍ୟକାଳ ୧୦ ବର୍ଷ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଭାରତର ମୋବାଇଲ ଯୋଗାଯୋଗ ପାଇଁ ଏହା କାମ କରିବ ବୋଲି ଜଣାପଡ଼ିଛି।