ଜୀବନ ହାରିଲେ ପ୍ରେମୀଯୁଗଳ

0
863
suicide by hanging
suicide by hanging
ଜଗତସିଂହପୁର :  ପ୍ରେମବ୍ୟାପାରକୁ ନେଇ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଏରସମା ରମତରା ପୋଲ ନିକଟରେ ଥିବା ଏକ ଗଛରୁ ପ୍ରେମୀଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କରିବା ପରେ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠା ଯାଇଥିବା ଜଣାପଡିଛି ।
ଜଗତସିଂହପୁର ଜିଲ୍ଲା ଏରସମା ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମବ୍ୟାପାରକୁ ନେଇ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଗତକାଲି ଠାରୁ ପଦ୍ମପୁର ଗାଁର ପଙ୍କଜ ମାଝୀ ନାମକ ଜଣେ ଯୁବକ ଓ କୁଆମୁଣ୍ଡି ଗାଁର ତାଙ୍କ ପ୍ରେମିକା  ପିଙ୍କୀ ବେହେରା ଉଭୟ ନିଖୋଜ ଥିଲେ  । କିନ୍ତୁ ଆଜି ସେମାନଙ୍କ ମୃତ ଦେହ ଏକ ନିମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା  । ଏରସମା ରମତରା ପୋଲ ନିକଟରେ ଥିବା ଏକ ଗଛରୁ ପ୍ରେମୀଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କରିବା ପରେ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠା ଯାଇଥିବା ଜଣାପଡିଛି । ଯୁବକ ଏବଂ ଯୁବତୀ ଦ୍ୱୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମକୁ ପରିବାର ଲୋକେ ଗ୍ରହଣ ନ କରିବାରୁ ସେମାନେ ଘରଛାଡ଼ି ପଳାଇ ଆସିଥିଲେ । ପରେ ସେମାନେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି  । ପୁଲିସ ଘଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି  ।