ଜୁଲାଇରେ ସୂର୍ଯ୍ୟ ମିଶନ

0
935
solar mission
solar mission

ଓ୍ଵାଶିଂଟନ : ଆରମ୍ଭ  ହେବ ସୂର୍ୟ୍ୟ ମିଶନ । ନାସାର ମହାକାଶ ଯାନ ୟାନ ପାର୍କର ସୋଲାର ପ୍ରୋବ  ଜୁଲାଇ ୩୧ରେ ପ୍ରକ୍ଷେପଣ  ହେବ।   ଏହାକୁ ଡେଲ୍ଟା-୪ ହେଭି ଲଞ୍ଚ ହ୍ଵିକିଲରେ ସଂଯୋଗ କରାଯାଉଛି।

ମାନବ ଇତିହାସର ପ୍ରଥମ ମହାକାଶ ସୂର୍ୟ୍ୟ ମିଶନ ଆରମ୍ଭ ହେବାକୁ ଯାଉଛି। ନାସାର ମହାକାଶ ଯାନ ୟାନ ପାର୍କର ସୋଲାର ପ୍ରୋବ ଜୁଲାଇ ୩୧ରେ ପ୍ରକ୍ଷେପଣ ହେବ।  ଏହି ଅନ୍ତରିକ୍ଷ ଯାନ ଫ୍ଲୋରିଡାର କେନେଡି ମହାକାଶ ଗବେଷଣା କେନ୍ଦ୍ରରୁ ପ୍ରକ୍ଷେପଣ ହେବ। ଏଠାରେ  ଏବେ ଏହି ଯାନର ପରୀକ୍ଷଣ ଜାରି ରହିଛି। ଏହାକୁ ଡେଲ୍ଟା-୪ ହେଭି ଲଞ୍ଚ ହ୍ଵିକିଲରେ ସଂଯୋଗ କରାଯାଉଛି।  ପ୍ରକ୍ଷେପଣ ହେବା ପରେ  ପାର୍କର ସିଧା ସଳଖ ସୂର୍ୟ୍ୟର ବାତାବରଣ ଅଭିମୁଖେ ଗତି କରିବ। ସେଠାରେ ସୂର୍ୟ୍ୟର ବାହାର ବାୟୁମଣ୍ଡଳର ନିକଟକୁ ଯାଇ ତାର ଅଧ୍ୟୟନ କରିବ।  ସେଠାକୁ ଏ ପର୍ୟ୍ୟନ୍ତ କୌଣସି ମାନବ ନିର୍ମିତ ବସ୍ତ ପହଞ୍ଚି ପାରିନାହିଁ। ପାର୍କର ଯାନକୁ ବିପଦଜ୍ଜନକ ତାପମାତ୍ରା ଓ ବିକିରଣର ସାମ୍ନା କରିବାକୁ ପଡ଼ିବ।  ଏହି ଯାନ ସୂର୍ୟ୍ୟରୁ ନିର୍ଗତ ହେଉଥିବା ସୌର ଝଡ଼ ଆସିବାର କାରଣକୁ ନେଇ ସନ୍ଧାନ କରିବ।  ସୌର ଝଡ଼ ନିର୍ଗତର ସଠିକ ସମୟର ଅନୁମାନ କରିବ। ଏହା ଦ୍ଵାରା ପୃଥିବୀ ପୃଷ୍ଠରେ ପଡୁଥିବା ପ୍ରଭାବକୁ କମ୍ କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ ସୌର ଝଡ ଫଳରେ ଉପଗ୍ରହ କାମ କରିବା ବନ୍ଦ କରି ଦେଇଥାଏ। ପ୍ରକ୍ଷେପଣ ହେବା ପରେ ଏହି ଯାନ ଅନେକ ମାସ ପରୀକ୍ଷଣରେ ରହିବ।

ଇନ୍ଧନ ଭର୍ତ୍ତି କରିବା ପୂର୍ବରୁ  ଏଥିରେ ଥର୍ମାଲ ପ୍ରୋଟେକ୍ସନ ସିଷ୍ଟମ(ଟିପିଏସ) କିମ୍ବା ହିଟ୍ ସିଲ୍ଡକୁ ଯୋଡ଼ା ଯିବ। ଟିପିଏସ ବହୁତ ମହତ୍ଵପୂର୍ଣ୍ଣ ରହିଛି କାରଣ ଏହାର ଦମରେ ହିଁ ଯାନ ସୂର୍ୟ୍ୟ ନିକଟକୁ ଯାଇ ତାପମାତ୍ରାର ସହ୍ୟ କରିବ।  ତାପମାତ୍ର କାରଣରୁ ଏ ପର୍ୟ୍ୟନ୍ତ  ସୂର୍ୟ୍ୟ ନିକଟକୁ କୌଣସି ଯାନ ପଠାଯାଇ ନାହିଁ।  ଟିପିଏସର ଜ୍ଞାନ କୌଶଳ ଦମରେ ଏହି ଯାନ ସୂର୍ୟ୍ୟର ତାପମାତ୍ରା ସହ୍ୟ କରି ପାରିବ। ତଥାପି ଯାନ ସୂର୍ୟ୍ୟଠୁ ୯୮ ଲକ୍ଷ କିଲୋମିଟର ଦୂରରୁ ଥାଇ ଅଧ୍ୟୟନ କରିବ।  ଏହି ମିଶନକୁ ବାସ୍ତବ ରୂପ ଦେବା ପାଇଁ ଏକ ଟିମ୍ ଅଣ୍ଟା ଭିଡିଛନ୍ତି।  ଭାରତ ମଧ୍ୟ ୨୦୨୧  ପର୍ୟ୍ୟନ୍ତ ନିଜର ଅନ୍ତରିକ୍ଷ ଯାନ ଆଦିତ୍ୟ ଏଲ-୧କୁ ସୂର୍ୟ୍ୟର ଅଧ୍ୟୟନ ପାଇଁ ପ୍ରକ୍ଷେପଣ କରିବ।  ଏହା ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ ସ୍ଥିତ କକ୍ଷରୁ ସୂର୍ୟ୍ୟର ଅଧ୍ୟୟନ କରିବ।