ଜେଲରୁ ବାହାରିଲେ ରାଜା

0
888
Raja-Acharya
Raja-Acharya
ଭୁବନେଶ୍ୱର : ଦୀର୍ଘ ୧୦ ବର୍ଷ ଧରି କଏଦୀ ଜୀବନ କାଟିବା ପରେ ଜେଲରୁ ମୁକୁଳିଛନ୍ତି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ବୁଧବାର ସକାଳୁ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରୁ ବାହାରିଛନ୍ତି ରାଜା । ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦି ହୋଇ ରାଜା ଜେଲ୍‌ରେ ଥିଲେ।

ଗତ ୨୦ ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା।  ୫୦ହଜାର ଟଙ୍କା ଏବଂ ୨ଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଥିଲା। ଏହା ବ୍ୟତିତ ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ହାଜିରା ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରାଜାଙ୍କୁ ଜାମିନ ନଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯିବ ବୋଲି କୁହାଯାଉଥିଲା ।

ପ୍ରକାଶ ଯେ, ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ୨୦୦୮ ମେ ୨୮ରେ ଗ୍ୟାଙ୍ଗଷ୍ଟାର ରାଜାକୁ ଗୋଆରୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ ରାଜା ଆଚାର୍ଯ୍ୟ ଜେଲରୁ ମୁକୁଳିଲେ ବିରଞ୍ଚିଙ୍କ ପତ୍ନୀ ଗୀତାଞ୍ଜଳୀ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଦାବି କରିଛନ୍ତି। ରାଜା ଜେଲ ମୁକୁଳିବା କାରଣରୁ ଯେଉଁମାନେ ସୁରକ୍ଷା ଲୋଡୁଛନ୍ତି ସେମାନଙ୍କୁ ସୁରକ୍ଷା ଦିଆଯିବ ବୋଲି ମଧ୍ୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।