ଜେଲରେ କଏଦୀଙ୍କ ମୃତ୍ୟୁ

0
891
prisoner dead
prisoner dead

ଭୁୁବନେଶ୍ୱର :  ଛତ୍ରପୁର କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କଏଦୀ ଜଣଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି ବୋଲି ଜେଲ କତ୍ତୃପକ୍ଷଙ୍କ ତରଫରୁ  କୁହାଯାଇଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଛି  ବୋଲି ପରିବାର ଲୋକଙ୍କ ଅଭିଯୋଗ।

ଗଞ୍ଜାମ ଜିଲ୍ଲା ଆସିକା ସବ-ଜେଲରେ ଶନିବାର ଜଣେ କଏଦୀଙ୍କ ଅଚାନକ ମୃତ୍ୟୁ ହେବା ପରେ ରବିବାର ଛତ୍ରପୁର କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଜେଲ କତ୍ତୃପକ୍ଷଙ୍କ ତରଫରୁ କଏଦୀ ଜଣଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି ବୋଲି କୁହାଯାଇଥିଲେ ମଧ୍ୟ ପରିବାର ଲୋକଙ୍କ ଅଭିଯୋଗରେ ତାଙ୍କୁ ହତ୍ୟା କରାଯାଇଛି ।  ରିପୋର୍ଟ ଅନୁସାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଗାଁର ଶିବରାମ ପ୍ରଧାନ (୨୨) ଛତ୍ରପୁର ଜେଲରେ ବିଚାରାଧୀନ କଏଦୀ ଥିଲେ । ୨୦୧୭ ଅଗଷ୍ଟ ୨ରେ ସେ ଗଞ୍ଜେଇ ଚୋରାଚାଲଣ ଅଭିଯୋଗରେ ଗିରଫ ହୋଇଥିଲେ । କିନ୍ତୁ ଶନିବାର ବିଳମ୍ବିତ ରାତ୍ରିରେ ଶିବରାମଙ୍କ ଛାତିରେ ଯନ୍ତ୍ରଣା ଲାଗିବାରୁ ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ଛତ୍ରପୁର ଜେଲର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର କବି ସୂଚନା ଦେଇଛନ୍ତି ।