ଜେଲରେ ବିଚାରାଧୀନ କଏଦୀର ମୃତ୍ୟୁ

0
884

ଭଦ୍ରକ : ଭଦ୍ରକ ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ କଟକ ମାହାଙ୍ଗାର ଅନାଦି ଚରଣ ଖଟୁଆ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଅନାଦି ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନାଦି ୨୦୧୭ ମସିହାରୁ ଏକ ରେଳଲାଇନରୁ ବିଭିନ୍ନ ରେଳ ସାମଗ୍ରୀ ଚୋରି ଅଭିଯୋଗରେ ଜେଲରେ ରହୁଥିବାବେଳେ ପୂବ ର୍ରୁ ସେ ରୋଗାଗ୍ରସ୍ତ ହୋଇଥିବା ଜେଲ କର୍ତୃପକ୍ଷ ସୂତ୍ରରୁ ସ୍ପଷ୍ଟ ହୋଇଛି । ବର୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣା ପଡି ନାହିଁ । ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ଶବ ହସ୍ତାନ୍ତର କରାଯବ ।