ଜେଲ୍‌ରୁ କଏଦୀ ଫେରାର୍

0
766
prisoner escaped
prisoner escaped

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଛି। ତାକୁ  ଧରିବାକୁ  ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।  ସନ୍ଧାନୀ କୁକୁର ଓ ସିସିଟିଭିର ସହାୟତାରେ ପୋଲିସ ଅନୁସନ୍ଧାନ ଚଳାଇଛି । କେନ୍ଦ୍ରାପଡା ଏସ୍‌ପି ଦୟାନିଧି ଗୋଚ୍ଛାୟତ, ଚୌଦାର ଜେଲ ଅଧୀକ୍ଷକ, ଆଇଜି (ଜେଲ୍‌) ମନୋରଂଜନ ପଟ୍ଟନାୟକ ଓ ଅତିରିକ୍ତ ଡିଜି (ଜେଲ୍‌) ବିନୟାନନ୍ଦ ଝା ଉପକାରାଗାରକୁ ଯାଇ ତଦନ୍ତ କରିଛନ୍ତି।

ଫେରାର୍ କଏଦୀ ନାଁ ରଙ୍ଗାଧର ବିଶ୍ୱାଳ। ୨୦୧୨ ମସିହାରେ ଏକ ହତ୍ୟା ଅଭିଯୋଗରେ ସେ ଜେଲରେ ସଜା କାଟୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଗାମୁଛା ଓ ପିନ୍ଧା ଲୁଗା ସହାୟତାରେ ପାଚେରୀ ଡେଇଁ ରଙ୍ଗାଧର ଫେରାର ହୋଇଯାଇଥିବା କୁହାଯାଉଛି।