ଜେସିବିକୁ ଧକ୍କା ଦେଲା ଏର୍ଣ୍ଣାକୁଲମ ଏକ୍ସପ୍ରେସ୍‌, ୪ ଆହତ

0
856
train-collision with jcb
train-collision with jcb

ଯାଜପୁର : ଲେବଲ କ୍ରସିଂ ନିକଟରେ ଏକ ଜେସିବିକୁ ଧକ୍କା ଦେଇଛି ଟ୍ରେନ । ଦୁର୍ଘଟଣାରେ ଜେସିବିଟି ସଂପୂର୍ଣ୍ଣଭାବରେ ନଷ୍ଟ ହୋଇଯାଇଥିବାବେଳେ ୪ ଜଣ ଟ୍ରେନ ଯାତ୍ରୀ ଆହତ ହୋଇଛନ୍ତି ।
ହରିଦାସପୁର ଲେବଲ କ୍ରସିଂ ନିକଟରେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏର୍ଣ୍ଣାକୁଲମ–ହାୱଡା ଅନ୍ତଦୋୟ ଏକ୍ସପ୍ରେସ । ଆଜି ସକାଳେ ଲେବଲ କ୍ରସିଂ ଅତିକ୍ରମ କରିବା ସମୟରେ ମଝି ଟ୍ରାକରେ ଜେସିବିଟି ହଠାତ ଖରାପ ହୋଇ ଅଟକି ଯାଇଥିଲା । ସେହି ସମୟରେ ଆଗରୁ ଏକ୍ସପ୍ରେସ ଟ୍ରେନଟି ଆସୁଥିବା ଦେଖି ଜେସିବି ଡ୍ରାଇଭର ଘଟଣା ସ୍ଥଳରୁ ଦୌଡି ପଳାଇ ଯାଇଥିଲା । ଫଳରେ ଟ୍ରେନ୍‌ଟି ଜେସିବିଟକୁ ଧକ୍କା ଦେଇଥିଲା । କିଛି ସମୟ ପାଇଁ ସେହି ସ୍ଥାନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଏହି ଘଟଣାରେ ଲେବଲ କ୍ରସିଂ ଗେଟ କିପର ଯଶୋବନ୍ତ ସ୍ୱାଇଁଙ୍କୁ ପୂର୍ବତଟ ରେଳପଥ ବିଭାଗ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି । କାର୍ଯ୍ୟରେ ଅବହେଳା ଯୋଗୁଁ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ରେଳ ବିଭାଗ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି ।