ଜୟନାରାୟଣଙ୍କ ଗିରଫ ପ୍ରତିବାଦ: ବିଜେପି ବିଧାୟକଙ୍କ ହୋହାଲ୍ଲା, ଆରମ୍ଭରୁ ଗୃହ ମୁଲତବୀ

0
997
Odisha-assembly
Odisha-assembly
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ସମୟରେ ବନାବିରା ଗୁଳିକାଣ୍ଡ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ଅଧିବେଶନ ଆରମ୍ଭରୁ ବିରୋଧି ବିଜେପି ବିଧାୟକଙ୍କ ହୋହାଲ୍ଲା କରିଛନ୍ତି ।
ଚଳିତ ବଜେଟ୍‌ ଅଧିବେଶନ ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି । ଅଧିବେଶନ ଆରମ୍ଭରୁ ବିରୋଧି ବିଜେପି ବିଧାୟକଙ୍କ ହୋହାଲ୍ଲା କରିଛନ୍ତି । ବିରୋଧି ବିଜେପି ବିଧାୟକଙ୍କ ନାରାବାଜି ଓ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଛି । ପୂର୍ବାହ୍ନ ୧୧ଟା ୩୦ ପର୍ୟ୍ୟନ୍ତ ବାଚସ୍ପତି ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।  ବଜେଟ୍‌ ଅଧିବେଶନ ଦ୍ୱିତୀୟ ଦିନରେ ପ୍ରଶ୍ନ ଉତ୍ତର କାଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର ଉତ୍ତର ରଖିଥିଲେ । ଏହା ପରେ ବିରୋଧି ବିଜେପିର ବିଧାୟକମାନେ ହୋହାଲ୍ଲା ଆରମ୍ଭ କରିଥିଲେ । ବିଜେପୁର ଉପନିର୍ବାଚନ ସମୟରେ ବନାବିରା ଗୁଳିକାଣ୍ଡ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଧାୟକ ପ୍ରଦୀପ ପୁରୋହିତ ନାରାବାଜି ଆରମ୍ଭ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ପୋଲିସ ଶାସକ ଦଳ ବିଜେଡ଼ିର ହାତ ବାରିଶି ସାଜିଛି । ବିଜେଡ଼ି ଆକ୍ରୋଶ ମୂଳକଭାବେ ଜୟନାରାୟଣଙ୍କୁ ଗିରଫ କରାଇଛି ବୋଲି ବିଧାୟକମାନେ କହିଥିଲେ । ଫଳରେ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ହୋଇପାରି ନଥିଲା । ଯଦ୍ୱାରା ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।