ନୂଆଦିଲ୍ଲୀ : ରବିବାର ରାତିରେ ୫ଟି ରାଜ୍ୟରେ ବଜ୍ରପାତ ଏବଂ ଝଡ଼ ତୋଫାନ ସହିତ ବର୍ଷା ହେବା କାରଣରୁ ୮୦ ଜଣଙ୍କର ପ୍ରାଣହାନୀ ଘଟିଛି। କେବଳ ଉତ୍ତର ପ୍ରଦେଶରେ ୫୧ ଜଣଙ୍କର ଜୀବନ ଯାଇଛି। ଦିଲ୍ଲୀ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ରବିବାର ଝଡ଼ ତୋଫାନ ସହିତ ପ୍ରବଳ ବର୍ଷା ହୋଇଛି।
ଦେଶର ଅନେକ ଭାଗରେ ମେ ୧୩-୧୪ ମଧ୍ୟ ରାତ୍ରରେ ଝଡ଼ ତୋଫାନ ସହିତ ହୋଇଥିବା ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ମୋଟ୍ ୮୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୧୩୬ ଜଣ ଲୋକ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ ରବିବାର ରାତିରେ ୫ଟି ରାଜ୍ୟରେ ବଜ୍ରପାତ ଏବଂ ଝଡ଼ ତୋଫାନ ସହିତ ବର୍ଷା ହେବା କାରଣରୁ ୮୦ ଜଣଙ୍କର ପ୍ରାଣହାନୀ ଘଟିଛି।
କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ସୂଚନା ମୁତାବକ ମେ ୧୩ ଓ ୧୪ ରାତିରେ ବଜ୍ରପାତ ଯୋଗୁଁ ଉତ୍ତର ପ୍ରଦେଶରେ ୫୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ ୧୪, ଆନ୍ଧ୍ରପ୍ରଦେଶରେ ୧୨, ଦିଲ୍ଲୀରେ ୨ ଓ ଉତ୍ତରାଖଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହି ଭଳି ଉତ୍ତର ପ୍ରଦେଶରେ ୧୧୩, ଦିଲ୍ଲୀରେ ୧୧, ପଶ୍ଚିମବଙ୍ଗରେ ୬, ଆନ୍ଧ୍ର ପ୍ରଦେଶରେ ୩ ଓ ଉତ୍ତରାଖଣ୍ଡରେ ଦୁଇ ଜଣ ଆହତ ହୋଇଛନ୍ତି।