ଝାରପଡା ଜେଲରେ କଏଦୀଙ୍କ ଆତ୍ମହତ୍ୟା

0
722
jharpada jail
jharpada jail

ଭୁବନେଶ୍ୱର : ଝାରପଡା ଜେଲ ଭିତରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ଜିତେନ୍ଦ୍ର ବିଶ୍ୱାଳ ହୋଇଥିବା ସୂଚନା ମିଳିଛି। ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି। ଜିତେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି।
ଝାରପଡା ଜେଲ ଭିତରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଚାରାଧୀନ କଏଦୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କଏଦୀ ଜଣକ ଜିତେନ୍ଦ୍ର ବିଶ୍ୱାଳ ହୋଇଥିବା ସୂଚନା ମିଳିଛି। ଜିତେନ୍ଦ୍ର ଏକ ହତ୍ୟା ମାମଲାରେ ଜେଲ୍ ଯାଇଥିଲେ । ତେବେ ବାରମ୍ବାର ଗଣ୍ଡଗୋଳ କରି ଲୋକଲୋଚନକୁ ଆସିଥିବା ଜିତେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରାଯାଉଛି। ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି। ତିନି ଚାରି ଦିନ ପୂର୍ବରୁ ଜିତେନ୍ଦ୍ର କୋର୍ଟ ପରିସରରେ ଓକିଲଙ୍କୁ ଦୁର୍ବ୍ୟବହାର କରିବା ଫଳରେ ପୋଲିସ ଦ୍ୱାରା ମାଡ ଖାଇଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।