ଝାରପଡ଼ା ଜେଲରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା

0
1016
rama chandra hansda
rama chandra hansda
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ରେ ହାଁସଦାଙ୍କୁ ଜେରା କରାଯାଇଛି । ଏକ ତିନିଜଣିଆ ଟିମ ଆଜି ରାମଚନ୍ଦ୍ରଙ୍କୁ ୨ରୁ ୩ ଘଣ୍ଟା ଜେରା କରିଛନ୍ତି ।
  ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଆଜି ଜେରା କରାଯାଇଛି । ଭାରତ ସରକାରଙ୍କ କର୍ପୋରେଟ ଆଫାୟାର୍ସ ମନ୍ତ୍ରାଳୟ ପକ୍ଷରୁ  ଜେରା କରାଯାଇଛି । କର୍ପୋରେଟ୍‌ ଆଫାୟାର୍ସକୁ ସିବିଆଇ ରାମଚନ୍ଦ୍ର ହାଁସଦାଙ୍କୁ ଜେରା କରିବାକୁ ଅନୁମତି ଦେଇଥିଲା । ଏକ ତିନିଜଣିଆ ଟିମ ଆଜି ରାମଚନ୍ଦ୍ରଙ୍କୁ ୨ରୁ ୩ ଘଣ୍ଟା ଜେରା କରିଛନ୍ତି । ଆଜି ଝାରପଡା ଜେଲକୁ ଆସି ଏହି ଟିମ ରାମଚନ୍ଦ୍ରଙ୍କୁ ଠକେଇ ସମ୍ବନ୍ଧିତ ପଚରାଉଚରା କରିଛି ।  ପ୍ରକାଶ ଯୋଗ୍ୟ, ରାମଚନ୍ଦ୍ର ହାଁସଦା ଗତ ୨୦୧୪ ମସିହାରେ ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ।