ଝିଅକୁ କଚାଡ଼ି ମାରିଥିବା ବାପା ଗିରଫ

0
760
daughter murdered by father
daughter murdered by father
ଦାରିଙ୍ଗିବାଡ଼ି  : ଦୁଇ ବର୍ଷର ନିଜ କୁନି ଝିଅକୁ କଚାଡ଼ି ମାରିଥିବା ହତ୍ୟାକାରୀ ବାପାକୁ ପୋଲିସ ଗିରଫ କରିଥିବା ଜଣାଯାଇଛି । ଦାରିଙ୍ଗିବାଡ଼ି ଥାନା ପୋଲିସ ହତ୍ୟାକାରୀ ପିତାଙ୍କୁ କୋର୍ଟ ଫରୱାର୍ଡ଼ ପାଇଁ ପ୍ରସ୍ତୁତ ଚଳାଇଛି ।

ମଦ ନିଶାରେ ଚୁର ଥାଇ ନିଜ ଦୁଇ ବର୍ଷର କୁନି ଝିଅକୁ କଚାଡ଼ି ମାରିଥିବା ହତ୍ୟାକାରୀ ବାପାକୁ ପୋଲିସ ଗିରଫ କରିଥିବା ଜଣାଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ମୁଣ୍ଡ୍ରାବାଲି ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଗ୍ରାମର ଅରବିନ୍ଦ ପ୍ରଧାନ ନାମକ ଜଣେ ଯୁବକ ଶୁକ୍ରବାର ଅପରାହ୍ନରେ ମଦ ପିଇ ଘରକୁ ଫେରିଥିଲା । ନିଶାସକ୍ତ ଅରବିନ୍ଦ ନିଜ ପତ୍ନୀ କୁମୁଦିନୀ କୁ ମାରିବାକୁ ଗୋଡ଼ାଇଥିଲା । କୁମୁଦିନୀ ଭୟରେ ଘର ବାହାରକୁ ଚାଲିଯାଇଥିଲା । ଘର ଅଗଣାରେ ଖେଳୁଥିବା ୨ ବର୍ଷର ଝିଅ ରିତିଶା କୁ ଧରି ମଦ୍ୟପ ବାପା ବାରଣ୍ଡାରେ ଯୋରରେ କଚାଡ଼ି ଦେଇଥିଲା । ଗୁରୁତର ଝିଅ ରିତିଶାକୁ ପ୍ରଥମେ ବାଲିଗୁଡ଼ା ପରେ ଫୁଲବାରୀ ରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବ୍ରହ୍ମପୁର ନେବା ପାଇଁ ଉଦ୍ୟମ କଲାବେଳକୁ ଝିଅର ଜୀବନ ଚାଲିଯାଇଥିଲା । ଦାରିଙ୍ଗିବାଡ଼ି ବ୍ଲକରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିଥିବାବେଳେ ଏଠାରେ ମଦ ପାଇଁ ଗୋଟିଏ ଝିଅର ଜୀବନ ଚାଲିଯିବା ନେଇ ଲୋକଙ୍କ ମନରେ ଦୁଃଖ ଓ କ୍ଷୋଭ ସୃଷ୍ଟି ହୋଇଛି । ଦାରିଙ୍ଗିବାଡ଼ି ଥାନା ପୋଲିସ ହତ୍ୟାକାରୀ ପିତାଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ ପାଇଁ ପ୍ରସ୍ତୁତ ଚଳାଇଛି ।