ଭୁବନେଶ୍ୱର : କଡ଼ା ସୁରକ୍ଷା ଭିତରେ ଓ ଶାନ୍ତି ପୂର୍ଣ୍ଣ ଭାବରେ ରୁକୁଣା ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ଗଡୁଛି।ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ରଥକୁ ଶ୍ରଦ୍ଧାର ସହିତ ଟାଣୁଛନ୍ତି। ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଅପରାହ୍ନରେ ରଥ ଛେରା ପହଁରା କରାଯାଇଥିଲା। ୨ଟା ୩୦ରେ ମହାପ୍ରଭୁଙ୍କୁ ବିରାଜମାନ କରାଯିବା ପରେ ରଥ ଟଣା ଯାଇଥିଲା। ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁକୁଣା ରଥ ଯାତ୍ରାଠାରୁ ଠାକୁର ମନ୍ଦିରକୁ ଯିବା ପର୍ଯ୍ୟନ୍ତ ଯେପରି ଶାନ୍ତି ଶୃଙ୍ଖଳା ରହିବ ଓ ଟ୍ରାଫିକ୍ ବ୍ୟବସ୍ଥା ଠିକ୍ ରହିବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ୮୦ଜଣ ଅଫିସର୍, ୨୨ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...