ଟେକ୍ସଟାଇଲ ଓ ପଲିମର ବିକାଶ : ୨୦୩୦ ସୁଦ୍ଧା ପୂର୍ବ ଭାରତରେ ସୃଷ୍ଟି ହେବ ୨୫ ଲକ୍ଷ ନିଯୁକ୍ତି

0
933
Dharmendra pradhan
Dharmendra pradhan
ଭୁବନେଶ୍ୱର : ପୂର୍ବ ଭାରତରେ ଟେକ୍ସଟାଇଲ ଓ ପଲିମର କ୍ଲଷ୍ଟରର ବିକାଶରେ ୨୦୩୦ ମସିହା ସୁଦ୍ଧା ୩୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ସହ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  ।

  ଆଇଆଇଟି ଭୁବନେଶ୍ୱରର ସମାବର୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲଜି (ଆଇସିଟି) ମୁମ୍ବାଇ – ଇଣ୍ଡିଆନ ଅଏଲ କ୍ୟାମ୍ପସର ଶୁଭ ଉଦଘାଟନ ଓ ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ (ଏସଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପର ଭିତିପ୍ରସ୍ତର ସ୍ଥାପନ କରିବା ପରେ ଏହି ଦୁଇଟି ଅନୁଷ୍ଠାନ ଓଡିଆ ଯୁବ ପୀଢୀଙ୍କ ପାଇଁ ଉତମ ତାଲିମ ଆଧାରରେ ରୋଜଗାର ଓ ଉଦ୍ୟମୀ ହେବାର ବ୍ୟାପକ ସୁବିଧା ଉପଲବ୍ଧ କରାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଇସିଟି ମୁମ୍ବାଇ – ଇଣ୍ଡିଆନ ଅଏଲ କ୍ୟାମ୍ପସ ଓ ଏସଡିଆଇ କ୍ୟାମ୍ପସ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଉଦ୍ୟମରେ ଓଡିଶାରେ ସ୍ଥାପିତ ହେଉଛି । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ ଆଇସିଟି ମୁମ୍ବାଇର ଓଡିଶା କ୍ୟାମ୍ପସ ଏହାର ଶିକ୍ଷାର୍ଥୀଙ୍କ ପାଇଁ ବଡ ସୁଯୋଗ ଉପଲବ୍ଧ କରାଇବ । ସମଗ୍ର ବିଶ୍ୱ ଓ ଦେଶରେ ପଲିମରର ଚାହିଦା ଦୃତ ବେଗରେ ବଢି ଚାଲିଛି । ଭାରତରେ ତୈଳ ବିଶୋଧନ କ୍ଷମତା ବାର୍ଷିକ ୨୪୭ ମିଲିୟମ ମେଟ୍ରିକ ଟନ ହୋଇଥିବା ବେଳେ ଦେଶରେ ମୋଟ ୧୯୪ ମିଲିୟନ ମେଟ୍ରିକ ଟନ ବାର୍ଷିକର ଚାହିଦା ରହିଛି । ପେଟ୍ରୋଲିୟମ ଉତ୍ପାଦର ରପ୍ତାନୀ କରୁଥିବା ଭାରତ ପାଖରେ ପ୍ରଚୁର ମାତ୍ରାରେ ପେଟ୍ରୋ କେମିକାଲ ଉତ୍ପାଦର ମୂଲ୍ୟ ଯୁକ୍ତ କରିବା ପାଇଁ ବ୍ୟାପକ ମାତ୍ରାରେ ନାଫତା ଉପଲବ୍ଧ ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱରେ ମୁଣ୍ଡ ପିଛା ପଲିମର ଆବଶ୍ୟକତା ୩୨ କେଜି ଥିବା ବେଳେ ଭାରତରେ ୧୦ କେଜି ଓ ଓଡିଶା ଓ ପଶ୍ଚିମ ବଙ୍ଗ ଭଳି ପୂର୍ବ ଭାରତ ରାଜ୍ୟରେ ରାଷ୍ଟ୍ରୀୟ ହାରାହାରି ବ୍ୟବହାର ଠାରୁ ଅଧା ରହିଛି । ପୂର୍ବ ଭାରତ ଓ ଦେଶରେ ପଲିମର ଚାହିଦା ଦୃତ ବୃଦ୍ଧି ଦୃଷ୍ଟିରୁ ପେଟ୍ରୋକେମିକାଲ ଶିଳ୍ପ ଦୃତ ବଢିବ । ଏହି ସମୟରେ ଓଡିଶାରେ ଆଇସିଟି – ଇଣ୍ଡିଆନ ଅଏଲ କ୍ୟାମ୍ପସ ଏହି ଶିଳ୍ପକୁ ଦୃତ ଗତି ଦେବା ପାଇଁ ଉତମ ମାନବ ସମ୍ବଳ ଯୋଗାଇବ । ଡିଲୋଆଇଟ ଦ୍ୱାରା କରା ଯାଇଥିବା ଏକ ଆକଳନ ଅନୁସାରେ ପୂର୍ବ ଭାରତରେ ଟେକ୍ସଟାଇଲ ଓ ପଲିମର କ୍ଲଷ୍ଟରର ବିକାଶରେ ୨୦୩୦ ମସିହା ସୁଦ୍ଧା ୩୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ସହ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାରାଦୀପର ତୈଳ ବିଶୋଧନାଗାର, ପେଟ୍ରୋ କେମିକାଲ ପ୍ରକଳ୍ପ ସମୂହ, ପଲି ପ୍ରପଲିନ, ଏମଇଜି ଓ ପିଏକ୍ସ ପିଟିଏ ପ୍ରକଳ୍ପ ଗୁଡିକ ପୂର୍ବ ଭାରତ ବିଶେଷ କରି ଓଡିଶାରେ ପେଟ୍ରୋ କେମିକାଲ ଡାଉନ ଷ୍ଟ୍ରିମ ଶିଳ୍ପ ବିକାଶରେ ଉତପ୍ରେରକ ଭୂମିକା ନେବ