ଟ୍ରିପଲ୍ ମର୍ଡ଼ର୍ : ୯ ଜଣଙ୍କୁ ଫାଶି

0
835
fasi
fasi
ଗୁଣୁପୁର :   ଟ୍ରିପଲ୍ ମର୍ଡ଼ର୍ କେସ୍ରେ ଅଭିଯୁକ୍ତ ୯ ଜଣଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଛି । ଅଭିଯୁକ୍ତମାନେ ଗୋଟିଏ ପରିବାରର ବାପା,ମା ଓ ଝିଅକୁ ଗୁଣିଗାରେଡ଼ି ସନ୍ଦେହରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ ।
 ରାୟଗଡ଼ା ଜିଲ୍ଲା ଗୁଣୁପୁର ଅତିରିକ୍ତ ଜିଲ୍ଲା ଜଜ୍ ବହୁ ଚର୍ଚ୍ଚିତ ପୁଟାସିଂ ଟ୍ରିପଲ୍ ମର୍ଡ଼ର୍ କେସ୍ ର ରାୟ ଶୁଣାଇ ଅଭିଯୁକ୍ତ ୯ ଜଣଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଅତିରିକ୍ତ ଜିଲ୍ଲା ଜଜ୍ ଶୁଭେନ୍ଦୁ କୁମାର ପତି ଏହି ଦଣ୍ଡ ଶୁଣାଣି କରିବା ପରେ ମୃତକ ପରିବାର ପକ୍ଷରୁ ଖୁସି ପ୍ରକଟ କରାଯାଇଛି । ନ୍ୟାୟାଳୟରୁ ନ୍ୟାୟ ମିଳିଛି ବୋଲି କୁହାଯାଇଛି । ଅଭିଯୁକ୍ତମାନେ ଗୋଟିଏ ପରିବାରର ବାପା,ମା ଓ ଝିଅକୁ ଗୁଣିଗାରେଡ଼ି ସନ୍ଦେହରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ଆଶିନି ଶବର, ଆମ୍ବି ଶବର ଓ ସେମାନଙ୍କର ଝିଅ ଆଶାମଣି ଶବରଙ୍କର ସ୍ୱେଚନୀୟ ଭାବେ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତମାନେ ନିର୍ମମ ଭାବରେ ହତ୍ୟା କରିବା ପରେ ଶବ ଗୁଡ଼ିକୁ ପୋଡ଼ି ଦେଇଥିଲେ ଏବଂ ଦର ପୋଡା ଶବକୁ ନେଇ ପାଖ ଜଙ୍ଗଲରେ ପୋତି ଦେଇଥିଲେ ।