ଟ୍ରେନରେ କଟି ଯୁବକ ମୃତ

0
967

ନିରାକାରପୁର : ନିରାକାରପୁର ରେଳ ଷ୍ଟେସନର ରେଳ ଲାଇନରେ କଟି ଜଣେ ଅଜଣା ଯୁବକର ମୃତ୍ୟୁ ହୋଇଛି । ଉକ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଯୁବକଙ୍କ ବୟସ ପ୍ରାୟ ୪୦ ପାଖାପାଖି ହେବ । ଯୁବକ ଜଣକ ରେଳ ଲାଇନ ଅତିକ୍ରମ କରୁଥିବା ସମୟରେ ଏକ ମାଲଗାଡିରେ କଟି ଯାଇଛନ୍ତି । ଖବର ପାଇ ରେଳ ବାଇ ପୋଲିସ ଶବ ଜବତ କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ନିରାକାରପୁର ପୋଲିସ କହିଛି । ଯୁବକ ଜଣଙ୍କ ପକେଟରୁ କିଛି ଟଙ୍କା ମଧ୍ୟ ମିଲିଛି, ହେଲେ କିଛି ପରିଚୟ ପତ୍ର କିମ୍ବା ଫୋନ ମିଳିନାହିଁ । ଏହା ଦୁର୍ଘଟଣା କି ଆତ୍ମହତ୍ୟା ଜଣା ପଡିନାହିଁ । ପୋଲିସ ଏ ବାବଦରେ ପଚରା ଉଚରା ଜାରି ରଖିଛି ।