ଟ୍ରେନରେ ଖାଦ୍ୟର କ୍ୱାଲିଟି ଓ ମୂଲ୍ୟକୁ ହାଲୁକା ଭାବରେ ନିଆଯିବ ନାହିଁ : ପୀୟୁଷ ଗୋୟଲ

0
908
piyush goyal
piyush goyal

ନୂଆଦିଲ୍ଲୀ : ଟ୍ରେନରେ ଖାଦ୍ୟର କ୍ୱାଲିଟି ଓ ମୂଲ୍ୟକୁ ହାଲୁକା ଭାବରେ ନିଆଯିବ ନାହିଁ ।  ରେଳବାଇର କେହି କ୍ୟାଟରର ଯଦି ଗ୍ରାହକଙ୍କୁ ଖାଦ୍ୟର ଭୋଜନ ବିଲ ଦେଇ ନାହିଁ, ତାଙ୍କୁ ମାଗଣାରେ ଖାଦ୍ୟ ଦେବାକୁ ପଡ଼ିବ। କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ କ୍ୟାଟରିଙ୍ଗ ଫର୍ମୋଙ୍କ ସହିତ ଆଲୋଚନା ବେଳେ ଏହା କହିଛନ୍ତି। ଥାନେ ରେଳ ଭବନରେ ଉପସ୍ଥିତ କ୍ୟାଟରିଙ୍ଗ ଠିକାଦାରଙ୍କୁ ଭିଡଓ କନ୍‌ଫେରେନସିଙ୍ଗକୁ ସମ୍ବୋଧନ କରିବା ଅବସରରେ ଗୁରୁବାର ଗୋୟଲ କହିଛନ୍ତି, ଖାଦ୍ୟର କ୍ୱାଲିଟି ଓ ମୂଲ୍ୟକୁ ହାଲୁକା ଭାବରେ ନିଆଯିବ ନାହିଁ।

ଗୋୟଲ କହିଛନ୍ତି, ଭୋଜନରେ ତରାକାରୀ ସଂଖ୍ୟା କମ୍‌ ହେଉ ପଛକେ, କିନ୍ତୁ ଏଥିରେ କ୍ୱାଲିଟି ରହିବା ଦରକାର। ଏହି ପ୍ରକାରରେ ପ୍ରତ୍ୟେକ ଠିକାଦାରଙ୍କୁ ଖାଦ୍ୟର ମ୍ୟାନୁ ଓ ବିଲ ଦେବା ବାଧ୍ୟତାମୂଳକ ଅଟେ। ବିଲ ଦେଇ ନଥିଲେ ଠିକାଦାର ସଂସ୍ଥା ଖାଦ୍ୟର ମୂଲ୍ୟ ଅସୁଲି କରିବାର ଅଧିକାର ହରାଇ। ସେ ବିଲର ରସିଦ ପ୍ରସ୍ତୁତ କରିବାକୁ କ୍ୟାଟରିଙ୍ଗ ସର୍ଭିସ କର୍ମଚାରୀଙ୍କୁ ପିଓଏସ ମେସିନ ଦେବା ସହିତ ଅନ୍ୟ ସୁବିଧା ଉପରେ କହିଥିଲେ।

ଗୋୟଲ ରେଳବାଇ ବୋର୍ଡର ଅଧିକାରୀଙ୍କୁ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି। ସେ କ୍ୟାଟରିଙ୍ଗ ଦର ସମ୍ପର୍କରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ବ୍ୟତୀତ ମଝିରେ କ୍ୟାଟରିଙ୍ଗ ନିୟମ ଭଙ୍ଗ କରୁଥିବା ଇଚ୍ଛୁକ କ୍ୟାଟରର୍ସଙ୍କ ପାଇଁ ଏଗଜିଟ ପଲିସି ସମ୍ପର୍କରେ ସୂଚନା ଦେଇଥିଲେ।