ଟ୍ରେନରେ ଚଢିବା ଏବଂ ଓହ୍ଲାଇବା ସମୟରେ ଯାତ୍ରୀଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବ ରେଲ ବିଭାଗ : ସୁପ୍ରିମକୋର୍ଟ

0
980
train
train

ନୂଆଦିଲ୍ଲୀ : ଟ୍ରେନରେ ଚଢିବା ଓ ଓହ୍ଲାଇବା ସମୟରେ ହେଉଥିବା ଯାତ୍ରୀଙ୍କ ମୃତ୍ୟୁ ପାଇଁ ରେଳ ବିଭାଗ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବ ବୋଲି ସୁପ୍ରିମକୋର୍ଟ ଭାରତୀୟ ରେଳବାଇକୁ ନିର୍ଦ୍ଦେଶ ଦେଇଛି ।
ବୁଧବାର କୋର୍ଟ କହିଛି କି ଟ୍ରେନରେ ଚଢିବା ଓ ଓହ୍ଲାଇବା ସମୟରେ ଯାତ୍ରୀଙ୍କର ମୃତ୍ୟୁ ହେଲେ କିମ୍ବା ସେମାନେ ଖଣ୍ଡିଆ ଖାବରା ହେଲେ ସେମାନଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବାକୁ ହେବ । କୋର୍ଟ ଯାତ୍ରୀମାନଙ୍କ ଦାୟୀତ୍ୱ ହୀନତା ବିଷୟରେ ମଧ୍ୟ ମନା କରି ନଥିଲେ । ଜଷ୍ଟିସ ଏକେ ଗୋଏଲ ଏବଂ ଆରଏଫ ନରୀମନଙ୍କ ମଧ୍ୟରେ ଟ୍ରେନ ଉପରେ ଚଢିବା ଏବଂ ଓହ୍ଲାଇବା ସମୟରେ ହେଉଥିବା ମୃତ୍ୟୁ ଓ ଖଣ୍ଡିଆ ଖାବରା (ଆଘାତ)କୁ ଅବାଂଛିତ ବୋଲି କହିଛନ୍ତି । ଭାରତୀୟ ରେଳର ଧାରା ୧୨୪ ଅନୁସାରେ ରେଳ ପ୍ରଶାସନ ଦ୍ୱାରା ଏହି ସ୍ଥିତି ଗୁଡିକରେ କିଛି କ୍ଷତି ପୂରଣ ଦିଆଯାଉ ନାହିଁ । ଯେଉଁଥିରେ କି ଯାତ୍ରୀ ଆତ୍ମହତ୍ୟା, ଆତ୍ମହତ୍ୟା ଉଦ୍ୟମ, ଜାଣିଶୁଣି ଆଘାତ ପ୍ରାପ୍ତ ହେବା, ଜାଣି ଶୁଣି କରୁଥିବା କିଛି ଅପରାଧିକ କାମ ପାଇଁ ଏହି ମାମଲାରେ ବିଭିନ୍ନ ହାଇକୋର୍ଟ ବିରୋଧାତ୍ମକ ନିଷ୍ପତି ଶୁଣାଇଛନ୍ତି । ଯେଉଁଥିରେ ଟ୍ରେନ ଚଢିବା ଏବଂ ଓହ୍ଲାଇବା ସମୟରେ ପୀଡତମାନଙ୍କୁ ଦାୟିତ୍ୱହୀନ କାରଣରୁ ମୃତ୍ୟୁ କିମ୍ବା ଗଭୀର ଭାବେ ଆଘାତ ଲାଗିଥାଏ । ଏହାକୁ ଜାଣିଶୁଣି ଆଘାତ ଲାଗିବା ବୋଲି କୁହାଯାଇଥିଲା । କିନ୍ତୁ କିଛି ହାଇକୋର୍ଟ ଏହି ଭଳି ଘଟଣା ଗୁଡିକ ପାଇଁ ରେଳ ବିଭାଗ ଉପରେ ଦୃଢ ଦାହିତ୍ୱହୀନତା ବୋଲି କୁଯାହାଇଛି ।

ଏହି ମାମଲାରେ ବିରାମ ଲଗାଇ ସୁପ୍ରିମ କୋର୍ଟ କହିଛି କି ରେଳବାଇର ଏହି ସବୁ ଘଟଣାରେ ପୀଡିତଙ୍କୁ କ୍ଷତିପୂରଣ ଦେବା ପାଇଁ ବାଧ୍ୟ । ଏପରି ଘଟଣାରେ ପୀଡିତର ଭୂଲ ଥାଉ କିମ୍ବା ନ ଥାଉ । କୋର୍ଟ ଏହି ପ୍ରକାର ଅବାଂଛନୀୟ ଦୁର୍ଘଟଣା ଗୁଡିକୁ ରେଳ ପ୍ରଶାସନର ଭୂଲ ଏବଂ ଦାଇତ୍ୱହୀନ ବୋଲି କୁହାଯାଇଛି ।