ଝାରସୁଗୁଡା : ଟ୍ରେନ ଧକ୍କାରେ ୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଆଜି ଭୋର ସମୟରେ ହାୱଡା–ମୁମ୍ବାଇ ରେଳ ଲାଇନ୍ ଟ୍ରାକ୍ରେ ଏହି ଦୁର୍ଘଟଣା ହୋଇଛି । ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈହାତୀ, ଗୋଟିଏ ଦନ୍ତା ଓ ଗୋଟିଏ ଛୁଆ ହାତୀ ରହିଛି ।
ଝାରସୁଗୁଡ଼ା ବାଗଡିଗି ରେଂଜର ତେଲଡିହି ଫାଟକ ନିକଟରେ ଟ୍ରେନ ଧକ୍କାରେ ୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈହାତୀ, ଗୋଟିଏ ଦନ୍ତା ଓ ଗୋଟିଏ ଛୁଆ ହାତୀ ରହିଛି । ଆଜି ସକାଳେ ଚାରୋଟି ହାତୀ ରେଳ ଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ସବୁ ହାତୀଙ୍କର ମୃତ୍ୟୁ ହୋଇଛି । ହାତୀଙ୍କ ମୃତ ଦେହ ପଡ଼ି ରହିଥିବା କିଛି ସମୟ ପାଇଁ ଟ୍ରେନ୍ ଚଳାଚଳା ବାଧାପ୍ରାପ୍ତ ହୋଇଥିଲା । ଜେସିବି ସାହାଯ୍ୟରେ ମୃତ ହାତୀଗୁଡ଼ିକୁ ଉଠାଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକମାନେ ରେଳ ବିଭାଗ କର୍ତ୍ତୃପକ୍ଷ ଓ ବନ ବିଭାଗକୁ ଦାୟୀ କରିଛନ୍ତି । ସେହି ରାସ୍ତା ଦେଇ ହାତୀ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ ଅଧିକାରୀ କାହିଁକି ଜାଣାପାରି ନ ଥିବେ ବୋଲି ଲୋକ କହିଛନ୍ତି । ସେହିପରି ଦୂରରୁ କାହିଁକି ଟ୍ରେନ୍ ହର୍ନ ଦେଇ ନ ଥିବା ନେଇ ରେଳ ବିଭାଗକୁ ଦୋଷ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।