ଠେଲକୁଲି ଭୂଷଣ ପ୍ଲାଣ୍ଟରେ ଦୁର୍ଘଟଣା: ୬ ଶ୍ରମିକ ଆହତ

0
906

ସମ୍ୱଲପୁର: ସମ୍ବଲପୁର ଭୂଷଣ ପ୍ଲାଣ୍ଟରେ ଦୁର୍ଘଟଣା ହୋଇଛି। ରେଙ୍ଗାଲି ଠେଲକୁଲି ପ୍ଲାଣ୍ଟର SMS-୧ରେ ଦୁର୍ଘଟଣା ଘଟିଛି। ଗରମ ବାଷ୍ପ ସଂସ୍ପର୍ଶରେ ଆସି ୬ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରାଜ କୁମାର ସିଂଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ଗୁରୁବାର ରାତିରେ ରେଙ୍ଗାଲିରେ ଥିବା ଭୁଷଣ ଷ୍ଟିଲ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍‌-୧ରେ ଗରମ ବାଷ୍ପ ସଂସ୍ପର୍ଶରେ ଆସିବାରୁ ଭିତରେ ଥିବା ୬ଜଣ ଶ୍ରମିକ ଆହତ ହୋଇଥିଲେ । ଠିକ୍‌ ସମୟରେ ସେମାନଙ୍କୁ ବାହାରକୁ ଅଣାଯାଇଥିବା ବେଳେ ବିହାରର ଜଣେ ଶ୍ରମିକ ରାଜ୍‌ କୁମାର ସିଂଙ୍କ ଶରୀରର ୪୦ ଭାଗ ପୋଡ଼ି ଯାଇଥିଲା । ଅବସ୍ଥା ଧୀରେ ଧୀରେ ଖରାପ ହେବାରୁ ତାଙ୍କୁ କଟକର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି । ବାକି ଶ୍ରମିକ ମାନେ ସାମାନ୍ୟ ଆହାତ ହୋଇଥିବାରୁ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଛାଡ଼ି ଦିଆ ଯାଇଛି ବୋଲି ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏ ଘଟଣା ନେଇ କମ୍ପାନି ବିରୋଧରେ ଠେଲକୋଲୋଇ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିବା ବେଳେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।