ଡାକ୍ତରୀ ଛାତ୍ର ନିଖୋଜ ଘଟଣା : ଗୁରୁଗ୍ରାମରେ ଓଡିଶା ପୋଲିସ

0
905
sohail
sohail
ନୂଆଦିଲ୍ଲୀ  : ଡାକ୍ତରୀ ଛାତ୍ର  ସୋହେଲ ନିଖୋଜ ଘଟଣା  ଏକ ନୂଆ ମୋଡ ନେଇଛି ।  ଓଡିଶା ପୋଲିସର ଟିମ ହରିୟାଣାର ଗୁରୁଗ୍ରାମକୁ ଯାଇ ତନାଘନା ଆରମ୍ଭ କରିଛି ।  ଗୁରୁଗ୍ରାମରରେ ସୋହେଲ ଥିବା ନେଇ ପୋଲିସକୁ ଖବର ମିଳିବା ପରେ ସେଠାରେ ଓଡିଶା ପୋଲିସ ତଦନ୍ତ ଆରମ୍ଭ କରିଛି  ।
ନିଖୋଜ ଛାତ୍ରଙ୍କ ପିତା ଦେଇଥିବା ସୂଚନା ଆଧାରରେ ଦିଲ୍ଲୀ ନିକଟ ଗୁରୁଗ୍ରାମରେ ଖୋଳତାଡ କରିଛି କମିସନରେଟ ପୋଲିସର ଟିମ । ଗୁରୁଗ୍ରାମରେ ନିଖୋଜ ସୋହଲଙ୍କୁ ଏକ ସୁରକ୍ଷାକର୍ମୀ ଦେଖିଥିବା ନେଇ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା । ଏହାପରେ ସୋହଲଙ୍କ ପିତାଙ୍କ ଠାରୁ ସୂଚନା ପାଇ ଦିଲ୍ଲୀ ଯାଇଛି କମିସନରେଟ ପୋଲିସ ।  ତେବେ ଜମ୍ମୁ-କାଶ୍ମୀରର ସେକ୍ଟର ୪୪ର ଏକ ଏଟିଏମରୁ ସୋହେଲ ଟଙ୍କା ଉଠାଇଥିବାବେଳେ ପୋଲିସ ଏଟିଏମ ସିସିଟିଭି ଫୁଟେଜ ଯାଂଚ କରିଛି । ଗତ ଫେବୃଆରୀ ୯ ତାରିଖରେ ସୋହେଲ ଏମ୍ସରୁ ନିଖୋଜ ହୋଇଥିବାବେଳେ ଓଡିଶା ପୋଲିସର ଏକ ଟିମ ନୂଆଦିଲ୍ଲୀ ଗସ୍ତ କରିଥିଲା । ସେଠାରେ ବିମାନବନ୍ଦର ସହ ରେଲୱେ ଷ୍ଟେସନକୁ   ଯାଇ ସିସିଟିଭି ଫୁଟେଜ ପୋଲିସ ଯାଂଚ କରିଥିଲା ।