ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ‘ପୋଲିସ ଏକ୍ସିଲେନ୍ସ ଆୱାର୍ଡ

0
732
dg r p sharma
dg r p sharma

ଭୁବନେଶ୍ୱର : ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ‘ପୋଲିସ ଏକ୍ସିଲେନ୍ସ ଆୱାଡ’ ମିଳିଛି । ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୋଲିସ ଏକ୍ସପୋରେ ତାଙ୍କୁ ଏହି ସମ୍ମାନ ମିଳିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି।
ଲୋକଙ୍କୁ ସେବା ଓ ଧନ ସମ୍ପତ୍ତି ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଓଡିଶା କ୍ୟାଡରର ପ୍ରଥମ ପୋଲିସ ଅଫିସର ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସଫଳତା ପାଇଛନ୍ତି।