ଡିଫେନ୍ସ ଏକ୍ସପୋ : ଭାରତରେ ନିର୍ମିତ ହେବ ଅତ୍ୟାଧୁନିକ ବିମାନ

0
964
pm-modi-defence-expo
pm-modi-defence-expo

ମହାବଳୀପୁରମ : ଆମର ସଶସ୍ତ୍ର ବଳକୁ ଅତ୍ୟାଧୁନିକ ହତିଆର  ସୁସଜ୍ଜିତ କରିବା ପାଇଁ ଯଥା ସମ୍ଭବ ପଦକ୍ଷେପ ଉଠାଇବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।  ତାମିଲନାଡ଼ୁର ମହାବଳୀପୁରମରେ ଡିଫେନ୍ସ ଏକ୍ସପୋ ୨୦୧୮ ଆରମ୍ଭ ହୋଇ ଯାଇଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚାରି ଦିବସୀୟ ଏକ୍ସପୋର ଔପଚାରିକ ଉଦଘାଟନ କରିଛନ୍ତି। ଏକ୍ସପୋକୁ ସମ୍ବୋଧିତ କରି  ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଆମର ସଶସ୍ତ୍ର ବଳକୁ ଅତ୍ୟାଧୁନିକ ହତିଆର  ସୁସଜ୍ଜିତ କରିବା ପାଇଁ ଯଥା ସମ୍ଭବ ପଦକ୍ଷେପ ଉଠାଇବାକୁ ପ୍ରସ୍ତୁତ।  ଚାରି ଦିନ ପର୍ୟ୍ୟନ୍ତ ହେବାକୁ ଥିବା ଏକ୍ସପୋରେ  ଯୁଦ୍ଧ ସାମଗ୍ରୀ  ନିର୍ମାଣକାରୀ ୬୭୦ରୁ  ଅଧିକ କମ୍ପାନୀ ଯୋଗ ଦେଉଛନ୍ତି।  ଡିଫେନ୍ସ ଏକ୍ସପୋରେ ଏମିତି ଲଢୁଆ ବିମାନକୁ ନେଇ ଚୁକ୍ତି ହୋଇଛି ଯାହାକୁ ନେଇ ଚୀନ ମଧ୍ୟ ଚିନ୍ତିତ। ଏହା ଦୁନିଆର ଏକ ମାତ୍ର ଲଢୁଆ ବିମାନ ଅଟେ ଯାହା ଜଳ ଭାଗ ସହିତ ସ୍ଥଳ ଭାଗରେ ମଧ୍ୟ ଅବତରଣ କରି ପାରିବ।  ବୁଧବାର ମହିନ୍ଦ୍ରା ଗ୍ରୁପ ଘୋଷଣା କରିଛି ଯେ  ସମୁଦ୍ରରୁ ଉଡାଣ ଭରୁଥିବା ଏବଂ ଅବତରଣ କରୁଥିବା ବିଶେଷ ମାନବବୀହିନ ଏୟାକ୍ରାଫ୍ଟ ଏବେ ଭାରତରେ ମଧ୍ୟ ନିର୍ମାଣ ହୋଇ ପାରିବ। ଏହି କାର୍ୟ୍ୟ ପ୍ରଯୁକ୍ତିବିଦ୍ୟା ଆଦାନ ପ୍ରଦାନ ଜରିଆରେ ଏବଂ ସରକାରଙ୍କ ମେଡ ଇନ ଇଣ୍ଡିଆ ନୀତି ଆଧାରରେ ସମ୍ଭବ ହୋଇ ପାରିବ। ଉଲ୍ଲେଖଯୋଗ୍ୟ ୟୁଏସ-୨କୁ ବହୁତ କଠିନ ସମୁଦ୍ର ଅଭିଯାନ ସମୟରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହା ସମୁଦ୍ରର ତିନି ମିଟର ଉଚ୍ଚତା ଲହଡି ଭିତରେ ଅପରେସନକୁ ସଫଳ କରି ପାରିବ।  ଏହା ବ୍ୟତୀତ ଏହା କୌଣସି ହ୍ରଦ କିମ୍ବା ନଦୀ କୂଳରେ ମଧ୍ୟ ଅବତରଣ କରି ପାରିବାକୁ ସକ୍ଷମ।  ଏହା ସହିତ ଓଜନିଆ ସାମଗ୍ରୀ ନେଇଯିବାର ଅଧିକ କ୍ଷମତା ମଧ୍ୟ ଏହି ଏୟାରକ୍ରାଫ୍ଟର ରହିଛି। ଜାପାନର ଶିନମାୟା ଇଣ୍ଡଷ୍ଟ୍ରୀଜର ନିର୍ଦ୍ଦେଶକ ୟାସୁଓ କାଭାନିଶ କହିଛନ୍ତି ଯେ ଏହା ଏକ ବିଶେଷ ଧରଣର ଏୟାରକ୍ରାଫ୍ଟ, ଯାହା ଭାରତର ଜଳବାୟୁ ଏବଂ ସ୍ଥିତି ପାଇଁ ଅନୁକୂଳ।  ସମୁଦ୍ର ସୁରକ୍ଷା ମଜଭୁତ କରିବା ପାଇଁ ୟୁଏସ-୨ ବହୁ ଉପଯୋଗୀ ସାବ୍ୟସ୍ତ ହେବ।

ଏହା ବ୍ୟତୀତ ମହିନ୍ଦ୍ରା ପକ୍ଷରୁ ଏହି ଏୟାରକ୍ରାଫ୍ଟର ରକ୍ଷଣାବେକ୍ଷଣ, ମରାମତି ଓ ଓଭରହୋର୍ଲ୍ଡିଂ ପାଇଁ ୟୁନିଟ୍ସ ସ୍ଥାପନ କରାଯିବ। ଏହି ଏମଓୟୁ ଏମିତି ସମୟରେ ହୋଇଛି ଯେଉଁ ସମୟରେ ଭାରତ ଓ ଜାପାନ ନୌସେନା ପାଇଁ ଜରୁରୀ କୁହାଯାଉଥିବା ୟୁଏସ-୨ର ନିର୍ମାଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଏକ୍ସପୋର ଉଦଘାଟନ କରି ପିଏମ କହିଛନ୍ତି ଯେ ଆମର ସରକାର ସେନାଙ୍କ ତତ୍କାଳ ଆବଶ୍ୟକତାକୁ ପୁରା କରିବା ପାଇଁ କେବଳ କଡା ନିଷ୍ପତ୍ତି ନେଇ ନାହାନ୍ତି ବରଂ ୧୧୦ ଲଢୁଆ ବିମାନ ପାଇଁ ନୂତନ ଚୁକ୍ତି ମଧ୍ୟ କରିଛନ୍ତି।