ଡିସେମ୍ବର ସୁଦ୍ଧା ପ୍ରତି ପଂଚାୟତରେ ଦୁଇଟି ପାଇପ ଜଳ ଯୋଗାଣ ପ୍ରକଳ୍ପ

0
870
Naveen Patnaik
Naveen Patnaik

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରତି ପଂଚାୟତରେ ଅନ୍ୟୁନ ଦୁଇଟି ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ସଚିବାଳୟରେ ପାନୀୟ ଜଳ ଉପରେ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପାଣିର ମାନ ଖରାଫ ଥିବା ଅଂଚଳରେ ପ୍ରାଥମିକତା ଭିତିରେ ସମାଧାନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ମେ’ ମାସ ସୁଦ୍ଧା ପାନୀୟ ଜଳ ସୁବିଧା ଥିବା ୧୪,୧୭୦ ଗାଁ କୁ ସଂପୂର୍ଣ୍ଣ ପାନୀୟ ଜଳ ଯୋଗାଣ କରାଯିବ ।  ମିଳିଥିବା ସୂଚନା ଅନୁଯାୟୀ ୮୯ ପ୍ରତିଶତ ଗାଁ କୁ ପାନୀୟ ଜଳ ଯୋଗାଣ ପୂର୍ଣ୍ଣାଙ୍ଗ ହୋଇଥିବାବେଳେ ୯ ପ୍ରତିଶତ ଗାଁ କୁ ଆଂଶିକ ଯୋଗାଣ ହୋଇଛି । ୨୦୧୭-୧୮ରେ ୩୭୬୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ୧୭୬୧ଟିକୁ ୱାର୍କ ଅର୍ଡର ଦିଆଯାଇଛି । ବର୍ତମାନ ସୁଦ୍ଧା ୫୬୬୨ଟି ପଂଚାୟତ ମୁଖ୍ୟାଳୟକୁ ପାଇପ ଜଳ ଯୋଗାଣ ହୋଇଛି । ଆଂଶିକ ସୁବିଧା ଥିବା ୨୧୦୬ ଗାଁ କୁ ସଂପୂର୍ଣ୍ଣ ପାଇପ ଜଳଯୋଗାଣ କରାଯାଇଛି । କ୍ୟାବିନେଟ ଅନୁମୋଦନ ପାଇଥିବା ୧୬୧୦ କୋଟି ଟଙ୍କାର ୧୬ଟି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନେିର୍ଦ୍ଦଶ ଦେଇଛନ୍ତି ।