ଡି-ବ୍ରଦର୍ସ ଲିଙ୍କ : କର୍ପୋରେଟର ଗିରଫ

0
868

କଟକ: ଧଳସାମନ୍ତ ଭ୍ରାତାଙ୍କ କେଳେଙ୍କାରୀ ଧିରେ ଧିରେ ପର୍ଦ୍ଦାଫାସ ହେବାରେ ଲାଗିଛି। ଜେଲରେ ଥାଇ ଅପରାଧକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ଆସିବା ପରେ ଆଜି କମିଶନରେଟ୍ ପୋଲିସ ଡି ବ୍ରଦର୍ସ ଲିଙ୍କରେ ସଂପୃକ୍ତ ଜଣେ ବିଜେଡି କର୍ପୋରେଟରଙ୍କୁ ଗିରଫ କରିଛି। କଟକ ସେକ୍ଟର ୭ର କର୍ପୋରେଟର ରଂଜିତା ବିଶ୍ୱାଳ ଡି ବ୍ରଦର୍ସଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଆଜି ଗିରଫ କରାଯାଇଥିବା ନେଇ କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଡି-ବ୍ରଦର୍ସଙ୍କ ସହ ରଞ୍ଜିତାଙ୍କ ଲିଙ୍କ ରହିଥିଲା ବୋଲି ଶ୍ରୀ ସିଂହ କହିଛନ୍ତି। ଅପରପକ୍ଷରେ ରଂଜିତାଙ୍କ ଗିରଫଦାରୀ ପରେ ଏକ ବଡଧରଣର ଅପରାଧକୁ ରୋକା ଯାଇଥିବା ପୋଲିସ ସୂଚନା ଦେଇଛି। ଜେଲରେ ଥାଇ କଟକରେ ଅପରାଧ ଘଟାଇବାକୁ ଉଦ୍ୟମ କରୁଥିବା ଡି ବ୍ରଦର୍ସଙ୍କ ସହ ହାତ ମିଳାଇଥିବା ଅଭିଯୋଗରେ ରଂଜିତାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ରଂଜିତା ବିଶ୍ୱାଳ ଗତ ନିର୍ବାଚନରେ ବିଜୁ ଜନତା ଦଳରୁ ଛିଡା ହୋଇ କଟକ ୭ ନଂ ୱାର୍ଡରୁ ବିଜୟୀ ହୋଇଥିଲେ। ତାଙ୍କୁ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଛିଡ଼ା କରାଇଥିଲେ। ତେବେ କିଛି ଦିନ ହେବ ରଞ୍ଜିତାଙ୍କ ସହ ଶ୍ରୀ ସାମାନ୍ତରାୟଙ୍କ ମନମାଳିନ୍ୟ ରହିଥିଲା।