ନୂଆଦିଲ୍ଲୀ : ଡୋକଲାମ ଉପରେ କେବଳ ନଜର ନାହିଁ ବରଂ କୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପୁରା ସକ୍ଷମ । ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚୀନକୁ ସ୍ପଷ୍ଟ ଶବ୍ଦରେ ସନ୍ଦେଶ ଦେଇଛନ୍ତି।
ଡୋକଲାମ ମାମଲାରେ ବିଦେଶ ମନ୍ତ୍ରଣାଳୟ ଚୀନକୁ ଚେତାବନୀ ପରେ ଏବେ ପ୍ରତି ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚୀନକୁ କହିଛନ୍ତି ଯେ ଭାରତୀୟ ସେନାର ଡୋକଲାମ ଉପରେ କେବଳ ନଜର ନାହିଁ ବରଂ କୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ପୁରା ସକ୍ଷମ। ଏଠାରେ କହି ରଖୁଛୁ ଯେ ଡୋକଲାମ ମାମଲାରେ ନୂତନ ବିବାଦ ସେହି ସମୟରେ ଆରମ୍ଭ ହୋଇଛି ଯେବେ ଚୀନ ଦ୍ଵାରା ଏହି ବିବାଦୀୟ ସ୍ଥଳ ନିକଟରେ ରେଳ ସୁବିଧା ଆରମ୍ଭ କରିବା ଓ ହେଲିପ୍ୟାଡ ନିର୍ମାଣ କରିବାର ସୂଚନା ମିଳିଥିଲା। ପ୍ରତି ରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଡୋକଲାମକୁ ନେଇ ଆମେ ସତର୍କ ଅଛୁ। ସେନା ସେଠାରେ ସମସ୍ତ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି। ଆମେ ସେଠାରେ କୌଣସି ପ୍ରକାର ଅପ୍ରତ୍ୟାଶିତ ଘଟଣାର ମୁକାବିଲା ପାଇଁ ପୁରା ସକ୍ଷମ। ଆମେ କ୍ଷେତ୍ରୀୟ ସଂପ୍ରଭୁତାର ପୁରା ଧ୍ୟାନ ରଖୁଛୁ ଏବଂ ସେନା ମଧ୍ୟ କୌଣସି ପ୍ରକାର ଚ୍ୟାଲେଞ୍ଜର ମୁକାବିଲା ପାଇଁ ପୁରା ପ୍ରସ୍ତୁତ। ଉଲ୍ଲେଖନୀୟ ବିବାଦୀୟ ସ୍ଥଳ ନିକଟରେ ନିର୍ମାଣ ସଂପର୍କିତ ସୂଚନା ମିଳିବା ପରେ ଗତ ଶନିବାର ବିଦେଶ ମନ୍ତ୍ରଣାଳୟ ଚୀନକୁ ଚେତାବନୀ ଦେଇଥିଲେ। ମନ୍ତ୍ରଣାଳୟ କହିଥିଲା ଯେ ଯଦି ବିବାଦୀୟ ସ୍ଥଳ ନିକଟରେ ଯଥାସ୍ଥିତିରେ ପରିବର୍ତ୍ତନ କରାଯାଏ ତେବେ ପୂର୍ବ ଥର ପରି ଏଥର ମଧ୍ୟ ଚୀନକୁ ଭାରତର ବିରୋଧର ସାମ୍ନା କରିବାକୁ ପଡିବ। ଏଠାରେ କହି ରଖୁଛୁ ଗତ ବର୍ଷ ଡୋକଲାମ ମାମଲାରେ ଦୁଇ ଦେଶର ସେନା ୭୩ ଦିନ ପର୍ୟ୍ୟନ୍ତ ମୁହାଁମୁହିଁ ସ୍ଥିତିରେ ଥିଲେ। ଦୁଇ ଦେଶ ମଧ୍ୟରେ ଅନେକ ଆଲୋଚନା ପରେ ଉଭୟ ଦେଶର ସେନା ପଛକୁ ହଟିଥିଲେ। ମାତ୍ର ଏହା ମଧ୍ୟରେ ଚୀନ ପକ୍ଷରୁ ବିବାଦୀୟ ସ୍ଥଳ ଆଖପାଖରେ ନିର୍ମାଣ କାମ ଆରମ୍ଭ ହେବା ନେଇ ପୁଣି ଥରେ ନୂତନ ବିବାଦ ଆରମ୍ଭ ହୋଇଛି।