ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବିଜେଡି ଯୁବ ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।ଏହି ଘଟଣାକୁ ନେଇ ଦୁଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଉପଯୁକ୍ତ ତଦନ୍ତ କରିବାକୁ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲା ବିଜେଡି ଯୁବ ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡକୁ ନେଇ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଯଶୋବନ୍ତ ଜଣେ ଭଲ ସଂଗଠକ ଥିବା ଓ ତାଙ୍କ ଦ୍ୱାରା ଦଳରେ ଏକ ଅପୂରଣୀୟ କ୍ଷତି ହୋଇଥିବା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଦୁଇ ମନ୍ତ୍ରୀ କାମାକ୍ଷାନଗର ଗସ୍ତ କରିଛନ୍ତି ।
ଅନ୍ୟପକ୍ଷରେ ଯଶୋବନ୍ତଙ୍କ ଉପରକୁ ହୋଇଥିବା ଗୁଳିକାଣ୍ଡରେ ଅନ୍ୟ ପଥଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ରଂଜନ । ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାଙ୍କ ବେକରେ ଗୁଳି ବାଜି ଖସି ଯାଇଛି । ତାଙ୍କର ମଧ୍ୟ ଚିକିତ୍ସା କରାଯାଇଛି । ଆଜି ସକାଳେ ଯଶୋବନ୍ତ ତାଙ୍କ କାର୍ରେ ଯାଉଥିବା ସମୟ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ କରିବା ସହିତ ଗୁଳି ଚାଳନା କରିଥିଲେ । ନିଜକୁ ବଂଚାଇବାକୁ ଯାଇ ସେ ଦୌଡ଼ି ପଳାଇ ଯିବା ସମୟରେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।