ତାଇକୋଣ୍ଡୋରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ଏହେସାସ୍

0
1036
ahesas got 2 gold
ahesas got 2 gold

ନେପାଳ : ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନସିପ୍‌ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଏହେସାସ୍‌ ଭାରତ ତଥା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଗତ ୧୭ ତାରିଖରୁ ନେପାଳର ରୂପାନତିହିଠାରେ ଚାଲିଥିବା ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନ୍‌ସିପ୍‌ରେ ତାଙ୍କୁ ମିଳିଛି ଏହି ସଫଳତା।

ପୁଣି ଥରେ ବାଜି ମାରିନେଇଛନ୍ତି ଏହେସାସ୍ । ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନସିପ୍‌ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଏହେସାସ୍‌ ଭାରତ ତଥା ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଗତ ୧୭ ତାରିଖରୁ ନେପାଳର ରୂପାନତିହିଠାରେ ଚାଲିଥିବା ବିଶ୍ୱ ତାଇକୋଣ୍ଡୋ ଚାମ୍ପିୟନ୍‌ସିପ୍‌ରେ ତାଙ୍କୁ ମିଳିଛି ଏହି ସଫଳତା। ଭାରତର ୬୦ ଜଣିଆ ଟିମ୍‌ରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ୫୪ କେଜି ବର୍ଗରେ ସେ ଅଂଶଗ୍ରହଣ କରିଥିଲେ। ତେବେ ସେଠାରେ ପ୍ରଥମ ପର୍ଯାୟରେ ଚୀନ୍‌ ଏବଂ ପରେ ପରେ ଇରାନ, ଉଜବେକିସ୍ଥାନ ଓ ନେପାଳ ସହ ଫାଇଟ୍ କରି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପୁମସେ ଇଭେଣ୍ଟରେ ମଧ୍ୟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏହେସାସ୍। ଭାରତୀୟ ଦଳକୁ ମୋଟ ୬ଟି ପଦକ ମିଳିଥିବାବେଳେ ସେଥିରେ ୩ଟି ସ୍ୱର୍ଣ୍ଣ ୨ଟି ସିଲ୍‌ଭର ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି।

ଏହେସାସ୍ ଆସନ୍ତା ଜୁନ୍‌ ମାସ ଶେଷ ଆଡ଼କୁ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଗେମ୍‌ସର ସିଲେକସନ୍ ଟ୍ରାଏଲ ଦେବାକୁ ମନୋନୀତ ହୋଇଛନ୍ତି। ଏହେସାସ୍‌ଙ୍କ ସଫଳତାକୁ ନେଇ ଏବେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏହେସାସ୍‌ ସୁବର୍ଣ୍ଣପୁରର ବାସିନ୍ଦା।