ତାରକସି କାରିଗରଙ୍କ ପାଇଁ ଦକ୍ଷତା କେନ୍ଦ୍ର ଉଦଘାଟନ କଲେ ଧର୍ମେନ୍ଦ୍ର

0
908
dharmendra pradhan
dharmendra pradhan
କଟକ : କଟକରେ ତାରକସି କାରିଗରଙ୍କ ପାଇଁ ଏକ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର ଉଦଘାଟନ ହୋଇଯାଇଛି। ଜିଲ୍ଲାର ସତୀଚୌରା ବିଏସ୍ଏନ୍ଏଲ୍ ପଡ଼ିଆ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି।
 ଶନିବାର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି କଟକରେ ତାରକସି କାରିଗରଙ୍କ ପାଇଁ ଏକ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର ଉଦଘାଟନ ହୋଇଯାଇଛି। ଜିଲ୍ଲାର ସତୀଚୌରା ବିଏସ୍ଏନ୍ଏଲ୍ ପଡ଼ିଆ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀ ଉର୍ଜା ଗଙ୍ଗା ଗ୍ୟାସ ପାଇପଲାଇନ ଦକ୍ଷତା ପ୍ରକଳ୍ପ ଓ ପାଇପ ଫିଟର-ସିଟି ଗ୍ୟାସ ବିତରଣ (ସିଜିଡି) ପାଠ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି। ଏହାଦ୍ୱାରା ଓଡ଼ିଶାରେ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ୍ ପାଇପଲାଇନ (ଜେଏଚବିଡିପିଏଲ୍) ପ୍ରକଳ୍ପ ପାଇଁ ନିୟୋଜିତ ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ କର୍ମଚାରୀଙ୍କୁ ଔପଚାରିକ ତାଲିମ ଏବଂ ସାର୍ଟିଫିକେଟ୍ ମିଳିବ । କେନ୍ଦ୍ରମନ୍ତ୍ରୀ କଟକର ତାରକସି କାରିଗରଙ୍କ ପାଇଁ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର ଉଦଘାଟନ କରିଛନ୍ତି । ଏଡୁଜବସ ଏକାଡେମୀ ସହାୟତାରେ ଏନ୍ଏସଡିସି ଏବଂ ଜେମସ ଆଣ୍ଡ ଜୁଏଲାରୀ ସ୍କିଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ବିଶେଷ ଭାବେ ତାରକସି କାରିଗର ଏବଂ ବଣିଆମାନଙ୍କୁ ସେମାନଙ୍କ ପାରମ୍ପରିକ ରତ୍ନଖଚିତ କାରିଗରୀ ଏବଂ ଅଳଙ୍କାର ନିର୍ମାଣ କୌଶଳକୁ ବିଶ୍ୱସ୍ତରରେ ପହଂଚାଇବାକୁ ସ୍ୱଦେଶୀ ଜ୍ଞାନକୌଶଳର ତାଲିମ ସୁବିଧା ଉପଲବ୍ଧ କରାଉଛନ୍ତି । ଏହି ସୁବିଧା କେନ୍ଦ୍ର ଦ୍ୱାରା କାରିଗରମାନେ ନିଜ ଦକ୍ଷତା ବିକାଶ ନିମନ୍ତେ ସୁଯୋଗ ପାଇବା ସହ ବିଶ୍ୱ ବଜାର ସହ ପରିଚିତ ହେବା ନିମନ୍ତେ ଏକ ସୁଯୋଗ ପାଇବେ । ଶିଳ୍ପସଂସ୍ଥା ସ୍ତରୀୟ ପ୍ରଶିକ୍ଷଣ ପାଇବା ନିମନ୍ତେ ଯେ କୈାଣସି କାରିଗର ସୁବିଧା କେନ୍ଦ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୈାଶଳ ମାଧ୍ୟମରେ ପାଇପାରିବେ । ମାର୍କେଟିଙ୍ଗ୍ କୌଶଳ ସହ ଇ-କମର୍ସ ଆଦି ସମ୍ବନ୍ଧୀୟ ଜ୍ଞାନ ମଧ୍ୟ ଆହରଣ କରିପାରିବେ, ଯଦ୍ୱାରା କାରିଗରମାନେ ସ୍ୱାବଲମ୍ବୀ ହେବା ସହ କ୍ରେତାଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିପାରିବେ ।