ତିକ୍ତତା : ଆମେରିକାର ୬୦ ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ବାହାର କଲା ରୁଷ୍

0
910
putin
putin

ମସ୍କୋ :  ଆମେରିକାର ୬୦ ରାଷ୍ଟ୍ରଦୂତଙ୍କୁ ଆମେରିକା ପଠାଇ ଦେବା ଏବଂ ପିଟର୍ସବର୍ଗ ସ୍ଥିତ ଦୂତାବାସକୁ ବନ୍ଦ କରିବାକୁ ରୁଷ ନିଷ୍ପତ୍ତି ନେଇଛି।  ପ୍ରଥମେ ଆମେରିକା ନିଜ ଦେଶରୁ ରୁଷର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ପରେ  ରୁଷ  ନିଷ୍ପତ୍ତି ନେଇଛି।

ବ୍ରିଟେନରେ ରୁଷ ଗୁପ୍ତଚରଙ୍କୁ କେମିକାଲ ଆଟାକ୍ କରି ହତ୍ୟା କରିବା ମାମଲାକୁ ନେଇ ଆମେରିକା ଓ ରୁଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମେ ଆମେରିକା ନିଜ ଦେଶରୁ ରୁଷର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ପରେ ରୁଷ ମଧ୍ୟ ଯେଶାକୁ ତେସା  ନୀତିରେ ଆମେରିକାର ୬୦ ରାଷ୍ଟ୍ରଦୂତଙ୍କୁ ଆମେରିକା ପଠାଇ ଦେବା ଏବଂ ପିଟର୍ସବର୍ଗ ସ୍ଥିତ ଦୂତାବାସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।  ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଗୁରୁବାର କହିଛନ୍ତି ଯେ ମସ୍କୋରେ ଆମେରିକା ମିଶନର ୫୮ କର୍ମଚାରୀ ଏବଂ ୟକାତେରିନବର୍ଗର ୨ କର୍ମଚାରୀଙ୍କୁ କୂଟନୀତି ଗତିବିଧି ପାଇଁ ଅଯୋଗ୍ୟ ଘୋଷିତ କରାଯାଇଛି।  ଏହି ୬୦ ରାଷ୍ଟ୍ରଦୂତଙ୍କୁ ଏପ୍ରିଲ ୫ ପର୍ୟ୍ୟନ୍ତ ରୁଷ ଛାଡିବାକୁ ଆଦେଶ ଦିଆଯାଇଛି। ରୁଷର ଏହି ପଦକ୍ଷେପ ଏବେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବୃଦ୍ଧି କରିବ। ରୁଷର ଏହି ପ୍ରତିକ୍ରିୟା ଅପ୍ରତ୍ୟାଶିତ ନଥିବା ଏବଂ ଆମେରିକା ଏହାର ମୁକାବିଲା କରିବ ବୋଲି ଆମେରିକା ପ୍ରେସ ସଚିବ ସାର ହୁକାବି ସ୍ୟାଣ୍ଡର୍ସ କହିଛନ୍ତି। ଆମେରିକା ବିଦେଶ ବିଭାଗର ମୁଖପାତ୍ର ହିଥର ନର୍ଟ କହିଛନ୍ତି ଯେ ରୁଷି ପ୍ରତିକ୍ରିୟା ପ୍ରକାଶ କରିବା ଭୁଲ ନୁହେଁ। ବ୍ରଟେନ ଉପରେ ଆକ୍ରମଣ କରିଥିବା ଯୋଗୁଁ ଆମେ ରୁଷ ଉପରେ କାର୍ୟ୍ୟାନୁଷ୍ଠାନ ନେଇଥିଲୁ।  ରୁଷ ନିଜ ପକ୍ଷରୁ ସଫେଇ ଦେଇ କହିଛି ଯେ  ପାଶ୍ଚାତ୍ୟ ଦେଶ  ସହିତ କୌଣସି ପ୍ରକାରର କୂଟନୈତିକ ଯୁଦ୍ଧ ସେମାନେ ଆରମ୍ଭ କରି ନାହାନ୍ତି। ରୁଷ କେବେ ମଧ୍ୟ ପ୍ରତିବନ୍ଧକ ଜବାବ ବଦଳରେ କୌଣସି କାର୍ୟ୍ୟାନୁଷ୍ଠାନ ନେଇ ନାହିଁ।  ଉଲ୍ଲେଖଯୋଗ୍ୟ ବ୍ରିଟେନ୍ ପ୍ରତି ଏକଜୁଟତା ଦେଖାଇବା ପାଇଁ  ଆମେରିକା, ୟୁରୋପୀୟ ସଂଘ ଏବଂ ନାଟୋର ମୋଟ୍ ୨୪ରୁ ଅଧିକ ଦେଶ ଚଳିତ ସପ୍ତାହରେ ୧୫୦ ରୁଷୀ ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ବହିଷ୍କାର କରିବାକୁ ଆଦେଶ ଦେଇଥିଲେ।