ତୃତୀୟ ଦିନରେ ୭୫ କୋଟି ଟପିଲା ‘ବାଗି ୨’

0
918
baggi
baggi
ମୁମ୍ବାଇ :  ୩ଦିନରେ ୭୫ କୋଟିର ବ୍ୟବସାୟ କରିଛି  ଫିଲ୍ମ ‘ବାଗି ୨’ ।  ଏହି ସିନେମାକୁ ୪୫ ଦେଶରେ ୪୧୫୨ ସ୍କ୍ରିନରେ ରିଲିଜ କରାଯାଇଛି । ଭାରତରେ ବାଗୀ ୨ କୁ ୩୫୦୦ ଏବଂ ଓଭରସିଜରେ ୬୨୫ ସ୍କ୍ରିନ୍ ମିଳିଛି ।
ଅଭିନେତା ଟାଇଗର ଶ୍ରଫ ଓ ଦିଶା ପଟାନି ଷ୍ଟାର ଅଭିନିତ ଫିଲ୍ମ ‘ବାଗି ୨’  ବକ୍ସ ଅଫିସରେ ଶାନଦାର ପ୍ରର୍ଦଶନ କରିଛି । ଏହି ସିନେମାଟି ପ୍ରଥମ ବକ୍ସ ଅଫିସରେ ୭୩ କୋଟିର ବ୍ୟବସାୟ କରିଛି । ଏହା ସହିତ ‘ବାଗି ୨’ ବଲିଉଡର ପ୍ରଥମ ୱକେଣ୍ଡରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଆକ୍ସନ ସିନେମାରେ ସାମଲି ହୋଇଛି ।

ଏହି ସିନେମାଟି ପ୍ରଥମ ଦିନ ବକ୍ସ ଅଫିସରେ ୨୫ କୋଟି, ଦ୍ୱିତୀୟ ଦିନ ୨୨ କୋଟି ଏବଂ ତୃତୀୟ ଦିନ (ରବିବାର)  ୨୮ କୋଟିର ବ୍ୟବସାୟ କରିଛନ୍ତି । ଏହି ସିନେମା ୩ଦିନରେ ୭୫ କୋଟିର ବ୍ୟବସାୟ କରିଛି । ଅହମଦ ଖାନ୍ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ସିନେମାରେ ଖାଲି ଟାଇଗରଙ୍କ ଆକ୍ସନ ନୁହେଁ ଦିଶା ପଟାନୀଙ୍କ ସହିତ ତାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ । । ୬୦ କୋଟି ବଜେଟରେ ତିଆରି ହୋଇଥିଲା ଏହି ସିନେମା ।

ସୂଚନାଯୋଗ୍ୟ କି, ‘ବାଗି ୨’ ୨୦୧୬ରେ ରିଲିଜ ହୋଇଥିବା ‘ବାଗି’ର ସିକ୍ୟୁଏଲ ଅଟେ । ଟାଇଗର ଏବଂ ଦିଶାଙ୍କ ବ୍ୟତିତ ଏହି ସିନେମାରେ ପ୍ରତିକ ବାବର, ମନୋଜ ବାଜପେୟୀ, ରଣଦୀପ ହୁଡା ଏବଂ ଦୀପକ ଡୋବରିଆଲ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଏହା ସାଉଥର ସୁପର ହିଟ ‘କ୍ଷଣମ’ର ହିନ୍ଦି ରିମିକି ଅଟେ । ଫିଲ୍ମର ପ୍ରଡ୍ୟୁସର ହେଲେ ସାଜିଦ ନାଡିୟାଡବାଲ ।  ସୂଚନାଯୋଗ୍ୟ,କି ୭୫ କୋଟିର ବ୍ୟବସାୟ କରିଥିବା ଏହି ସିନେମାକୁ ୪୫ ଦେଶରେ ୪୧୫୨ ସ୍କ୍ରିନରେ ରିଲିଜ କରାଯାଇଛି । ଭାରତରେ ବାଗୀ ୨ କୁ ୩୫୦୦ ଏବଂ ଓଭରସିଜରେ ୬୨୫ ସ୍କ୍ରିନ୍ ମିଳିଛି ।