ତୈଳଦର ବୃଦ୍ଧି : ୭ରେ ବିଜେଡିର ଆନ୍ଦୋଳନ

0
870
biju-chhatra
biju-chhatra

ଭୁବନେଶ୍ୱର:  ତୈଳ ଦର ବୃଦ୍ଧି ନେଇ  ଆସନ୍ତା ୭ ତାରିଖରେ ବିଜୁ ଯୁବ ବାହିନୀ ପକ୍ଷରୁ ରାଜ୍ୟର ସମସ୍ତ ପ୍ରେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି।

କ୍ରମାଗତ ତୈଳଦର ବୃଦ୍ଧି ଯୋଗୁଁ ଜନସାଧାରଣ ଅତିଷ୍ଟ। ତୈଳ ଦର ବୃଦ୍ଧି ନେଇ ଆଜି କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ। ଆର୍ନ୍ତଜାତିକ ବଜାରରେ ତୈଳଦର ହ୍ରାସ ଘଟୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ଏହାର ଲାଭ ଲୋକେ ପାଉ ନାହାନ୍ତି। କ୍ରମାଗତ ତୈଳଦର ବୃଦ୍ଧି ଯୋଗୁଁ ଜନସାଧାରଣ ଅତିଷ୍ଟ। ଏହା ବିରୋଧରେ ଆସନ୍ତା ୭ ତାରିଖରେ ବିଜୁ ଯୁବ ବାହିନୀ ପକ୍ଷରୁ ରାଜ୍ୟର ସମସ୍ତ ପ୍ରେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି। ଆଜି ଶ୍ରୀ ଦାସବର୍ମା ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଏହି ଧାରଣା ଦିଆଯିବ। ତୁରନ୍ତ ପେଟୋଲ ଓ ପେଟ୍ରୋଲିୟମ ଉତ୍ପାଦକୁ ଜିିଏସଟି ଅର୍ନ୍ତଭୁକ୍ତ କରିବା ଦାବିରେ ଏହି ଧାରଣା ଦିଆଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।