ତୈଳ ଦର ବୃଦ୍ଧି ପ୍ରତିବାଦ : ପେଟ୍ରୋଲ ପମ୍ପ ଆଗରେ ବିଜେଡ଼ିର ଧାରଣା

0
881
bjd
bjd
ଭୁବନେଶ୍ୱର  : ରାଜଧାନୀର ପେଟ୍ରୋଲ ପମ୍ପ ଗୁଡ଼ିକ ଆଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ନାରାବାଜି ଓ ଧାରଣା  । ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧିର ତାତି ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ବିଜେଡ଼ିର କର୍ମୀମାନେ ହାତରେ ବ୍ୟାନର ପ୍ଲାକାର୍ଡ଼ ଧରି ରାଜଧାନୀର ପେଟ୍ରୋଲ ପମ୍ପ ଗୁଡ଼ିକ ଆଗରେ ନାରାବାଜି କରିବା ସହ ଧାରଣା ଦେଇଥିବା ଜଣାଯାଇଛି ।

ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ସକାଳ ୯ରୁ ୧୧ ଟା ଯାଏ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦେଇଛନ୍ତି । ଲୋକଙ୍କୁ ଭୁତାଇବା ପାଇଁ ବିଜେଡ଼ି ଏଭଳି ରାସ୍ତା ବାଛିଛି ବୋଲି ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ତୈଳ ଦର ବୃଦ୍ଧି ସଂପର୍କିତ ସୂଚନା ଥାଇ ଲିଫଲେଟ ବାଣ୍ଟିବା ସହ କେନ୍ଦ୍ର ବିରୋଧୀ ସ୍ଲୋଗାନ ମାନ ଦେଉଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଦର୍ଶାଯାଉଛି ।