ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିପ୍ଲବ କୁମାର ଦେବ

0
804

biplab kumar dev2 biplab kumar dev 3 biplab kumar devନୂଆଦିଲ୍ଲୀ : ଦୀର୍ଘ ୨୫ ବର୍ଷର ବ୍ୟବଧାନ ପରେ ତ୍ରିପୁରାରେ ବିଜେପି ମେଂଟ ସରକାର ଗଢିବାକୁ ଯାଉଛି । ତେବେ ଆଜିର ବୈଠକରେ ବିପ୍ଲବ କୁମାର ଦେବ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ହେବା ନେଇ ନିର୍ଣ୍ଣୟ ହୋଇଥିବାବେଳେ  ଜିଷ୍ଣୁ ଦେବ ବର୍ମନ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ଥିର ହୋଇଛି । ଆଜି ଅଗରତାଲାରେ ଦୁଇ ପର୍ଯ୍ୟବେକ୍ଷକ ନିତୀନ ଗଡକରୀ ଓ ଜୁଏଲ ଓରାମଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ନବନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା ପରେ ଏହା ସିଦ୍ଧାନ୍ତ ହୋଇଥିବା ନେଇ ସୂଚନା ଦିଆଯାଇଛି ।