ଥାନାରେ ଅଭିଯୁକ୍ତଙ୍କ ଅଡିଓ ଭିଜୁଆଲ ରେକର୍ଡିଂ ହେବ

0
715
y b khurania
y b khurania
ଭୁବନେଶ୍ୱର : ମାମଲାରେ ସ୍ୱଚ୍ଛତା ଆଣିବା ସହ ସମସ୍ତ ସନ୍ଦେହ ଦୂରୀକରଣ ପାଇଁ କମିସନରେଟ୍ ପୋଲିସ ନେଇଛି ଏକ ଉତମ ପଦକ୍ଷେପ।  ଅଭିଯୁକ୍ତଙ୍କର ଅଡିଓ ଭିଜୁଆଲ ରେକର୍ଡିଂ ହେବ।
ଅଭିଯୁକ୍ତଙ୍କ ବୟାନ ବଦଳାଇବା ନେଇ ପୋଲିସ  ଅଫିସରଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସୁଛି। ପୋଲିସ ଚାପରେ ମଧ୍ୟ ଅଭିଯୁକ୍ତ ବୟାନ ବଦଳାଇବାର ନଜିର ରହିଛି। ଯାହାକୁ ନେଇ ଜନସାଧାରଣଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହେଉଛି। ଏଣିକି ଏହି ମାମଲାରେ ସ୍ୱଚ୍ଛତା ଆଣିବା ସହ ସମସ୍ତ ସନ୍ଦେହ ଦୂରୀକରଣ ପାଇଁ କମିସନରେଟ୍ ପୋଲିସ ନେଇଛି ଏକ ଉତମ ପଦକ୍ଷେପ।  ପୋଲିସ କମିଶନର ୱାଇ.ବି. ଖୁରାନିଆଙ୍କ ଦ୍ୱାରା ଆଜି କ୍ୟାପିଟାଲ ଥାନାରେ ଏକ ‘ଏକଜାମିନେସନ ସେଲ’ ଉଦଘାଟନ କରାଯାଇଛି। ଏହି ସେଲରେ ଅଭିଯୁକ୍ତଙ୍କର ଅଡିଓ ଭିଜୁଆଲ ରେକର୍ଡିଂ ବ୍ୟବସ୍ଥା ରହିଛି। ରେକର୍ଡିଂ ସମୟରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ମଧ୍ୟ ସେଠାରେ ଉପସ୍ଥିତ ରହିପାରିବା ନେଇ ସୂଚନା ଦିଆଯାଇଛି । ଏହି ଅଡିଓ ଭିଜୁଆଲ ରେକର୍ଡିଂ ଦ୍ୱାରା ଅଭିଯୁକ୍ତର ବୟାନ ପ୍ରମାଣ ଭାବରେ ସୁରକ୍ଷିତ ରହିପାରିବ।