ଥାନା ବାବୁଙ୍କ ନିର୍ଯାତନା ପ୍ରତିବାଦରେ ତାତିଲେ ବିଚ୍ଛିନ୍ନାଞ୍ଚଳବାସୀ

0
805

ମାଲକାନଗିରି : ତାତିଲେ  ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳବାସୀ। ରାସ୍ତା ଅବରୋଧ କରିବା ସହିତ ପପେରମେଟଲା ଥାନା ଘେରାଉ କଲେ। ଥାନା ଅଧିକାରୀଙ୍କ ନିର୍ଯାତନା ପ୍ରତିବାଦରେ ଲୋକଙ୍କ ଏହି  ଆନ୍ଦୋଳନ ।

ପୋଲିସ ଅଧିକାରୀଙ୍କ ନିର୍ଯାତନା ପ୍ରତିବାଦରେ ତାତିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞଯାବାସୀ।  ଶହଶହ ବିଚ୍ଛିନ୍ନଞ୍ଚଳବାସୀ ଗତକାଲି ଧାରଣା ଦେଇ ରାସ୍ତା ଅବରୋଧ କରିବା ସହିତ ପପେରମେଟଲା ଥାନା ଘେରାଉ କରିଥିଲେ। ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଲୋକଙ୍କୁ ଧମକଚମକ ଦେବା, ଗୁଣ୍ଡାରାଜ କରିବା, ଜବତ ଗଞ୍ଜେଇକୁ ବିକିବା ପାଇଁ ଗାଁ ଲୋକଙ୍କୁ ବାଧ୍ୟ କରିବା, ଗାଁକୁ ଆସୁଥିବା କୁଣିଆକୁ ଗଞ୍ଜେଇ ବେପାରୀ କହି ଥାନାକୁ ନେବା ଓ ଲାଞ୍ଚ ନେଇ ଛାଡ଼ିବା, ଦାଦାବଟି ଆଦାୟ ଭଳି ସଂଗୀନ ଅଭିଯୋଗ ଆସିଛି। ତାଙ୍କୁ ବଦଳି କରିବାକୁ ଲୋକେ ଦାବି କରିଥିଲେ। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସେଠାରେ ପହଞ୍ଚି ୩ ଦିନ ଭିତରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଆନ୍ଦୋଳନ ହଟିଥିଲା।