ଦକ୍ଷତା ବିକାଶ : ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର

0
943
cm naveen
cm naveen
ଭୁବନେଶ୍ୱର :  ଦକ୍ଷତା ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଛି ।  ୫ ତାରିଖରେ ଜାତୀୟ ଆଜୀବିକା ଏବଂ କୌଶଳ ବିକାଶ ମେଳାରେ କେନ୍ଦ୍ର ଗ୍ରାମାଂଚଳ ବିକାଶ ପଂଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର , ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଗହଣରେ ଓଡିଶାକୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।
ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଚଳିତ ବର୍ଷ ଲାଗି ଶ୍ରେଷ୍ଠ ରାଜ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ୩ଟି ରାଜ୍ୟ ମଧ୍ୟରୁ ଓଡିଶା ପ୍ରଥମ ସ୍ଥାନରେ ରହିଛି । ଏହି ପୁରସ୍କାରକୁ ପଞ୍ଚାୟତରାଜ ବିଭାଗର ଓରମାସ୍ ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ବୋଲି ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି । ମଙ୍ଗଳବାର ଦିନ ସଚିବାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାରଥୀ କହିଥିଲେ ଯେ ଏହି ପୁରସ୍କାର ପାଇବା ରାଜ୍ୟ ପାଇଁ ଗର୍ବର ବିଷୟ । କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ଓଡିଶା ଏହି ପୁରସ୍କାର ପାଇଛି । ଓଡିଶା ପ୍ରଥମ ରାଜ୍ୟ ଭାବେ ଆନ୍ତର୍ଜାତୀୟ ସାର୍ଟିଫିକେସନ୍ ମାଧ୍ୟମରେ ଟିଓଟି (ତାଲିମ ଦାତାଙ୍କ ତାଲିମ)ର ଶୁଭାରମ୍ଭ କରିଛି । ନିଯୁକ୍ତି ସମ୍ପର୍କିତ ସହାୟତା ପାଇଁ ମାଇଗ୍ରେସନ୍ ସେଂଟର ପ୍ରତିଷ୍ଠା କରିବା , ଆଲୁମିନି ମିଟ୍ ର ଆୟୋଜନ , ଡିଡିୟୁ-ଜିକେୱାଇ ଆଲୁମିନିଙ୍କ ପାଇଁ ୱେବ୍ ପ୍ଲାଟଫର୍ମ ସୃଷ୍ଟି କରିବା ଏବଂ ଶ୍ରେଷ୍ଠ କର୍ପୋରେଟ୍ ସଂସ୍ଥାକୁ ତାଲିମ୍ ସହାୟକ ଭାବେ ନିୟୋଜିତ କରିବାକୁ ନିଯୁକ୍ତି ଦାତା ବୈଠକର ଆୟୋଜନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶରେ ପ୍ରଥମ କରି ଆରମ୍ଭ ହୋଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଡିଡିୟୁ-ଜିକେୱାଇକୁ ସାମଗ୍ରିକ ଭାବେ ସଫଳତାର ସହିତ କାର୍ଯ୍ୟକାରୀ କରିଥିବାରୁ ଗତ ବର୍ଷ କେନ୍ଦ୍ର ସରକାର ଓରମାସ୍ କୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ମଧ୍ୟ କଠିନ ପ୍ରତିଯୋଗିତା ମଧ୍ୟରେ ଓଡିଶା ଏହି ସଫଳତାକୁ ଦୋହରାଇଛି । ସେହିପରି ୨୦୧୮ ମଇ ୫ ତାରିଖରେ ଜାତୀୟ ଆଜୀବିକା ଏବଂ କୌଶଳ ବିକାଶ ମେଳାରେ କେନ୍ଦ୍ର ଗ୍ରାମାଂଚଳ ବିକାଶ ପଂଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର , ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଗହଣରେ ଓଡିଶାକୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେଶର ଶ୍ରେଷ୍ଠ ୮ଟି ଗ୍ରାମ୍ୟ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ଭିତରେ ଥିବା ବରଗଡ ଜିଲ୍ଲାକୁ ପୁରସ୍କୃତ କରିଥିଲେ । ୨୦୧୭-୧୮ ବର୍ଷର ଏହି ପ୍ରତିଷ୍ଠାନ ତାଲିମ , ସହାୟତା ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଉକ୍ରର୍ଷତା ପ୍ରତିବାଦନ କରିପାରିଛି । ମନ୍ତ୍ରୀ ଶ୍ରୀ ମହରଥୀ ଆହୁରି କହିଥିଲେ ଯେ ଓଡିଶାର ୯୬ ହଜାର ଯୁବକ ଯୁବତୀ ମାନଙ୍କୁ ସଫଳତାର ସହିତ ତାଲିମ୍ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୭୦ ହଜାର ଯୁବକ ଯୁବତୀ ରୋଜଗାର ମାଧ୍ୟମ ସୃଷ୍ଟି କରିପାରିଛନ୍ତି । ଆସନ୍ତା ୨ ବର୍ଷ ମଧ୍ୟରେ ଆଉ ଅଧିକ ୧ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ୍ ଦେବାକୁ ଲକ୍ଷ୍ୟ ରଖାଯାଇଛି ।ଏକକରର୍ଟସ୍ , ଟାଟାସ୍ ୱେଷ୍ଟ ସାଇଡ୍ , ଜିଏମଆର ଗୁପ୍ , ସାହି ଏକ୍ସପୋର୍ଟସ୍ , କିଟ୍ ୟୁନିଭର୍ସିଟି , କେୟାର ହସ୍ପିଟାଲ ଇତ୍ୟାଦି ଶିଳ୍ପସଂସ୍ଥା ଓ ପ୍ରତିଷ୍ଠାନ ନିଜ ଯୋଜନା କାର୍ଯ୍ୟକାରୀ କରିବାକୁ ଓରମାସ୍ ସହଭାଗିତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ସେ କହିଥିଲେ । ତାଲିମ ପାଇଥିବା ଯୁବକ ମାନଙ୍କ ମଧ୍ୟରୁ ଅନେକ ପ୍ରବେଶ କରିବା ବେଳେ ୬ ହଜାର ଟଙ୍କା ପାଉଥିବା ବେଳେ ବର୍ତମାନ ୭୦ ରୁ ୭୫ହଜାର ଟଙ୍କା ପାଉଛନ୍ତି ।