ଦକ୍ଷିଣ ଆଫ୍ରିକାକୁ ୪୧୭ ରନ୍ର ବିଜୟ ଲକ୍ଷ୍ୟ

0
1021
sa
sa

ଡର୍ବାନ୍‌: ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଘରୋଇ ଦଳ ୩ ୱିକେଟ ହରାଇ ୪୬ ରନ୍ ସଂଗ୍ରହ କରିଛି । ଦ୍ୱିତୀୟ ପାଳିରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଘରୋଇଦଳକୁ ୪୧୭ରନ୍ର ବିଜୟ ଲକ୍ଷ୍ୟ ଦେଇଛି ।

aus n sa
କିଙ୍ଗ୍‌ସମିଡ୍‌ରେ ଚାଲିିଥିବା ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍‍ରେ ଚତୁର୍ଥ ଦିନର ଖେଳର ପ୍ରଥମ ପର୍ଯ୍ୟାୟରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆର ତାର ସମସ୍ତ ୱିକେଟ ହରାଇ ୪୧୬ ରନ୍ କରି ପାରିଥିଲା । ଦ୍ୱିତୀୟ ପାଳିରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଶନିବାର ଖେଳ ଶେଷ ସୁଦ୍ଧା୪୦୨ ରନ୍‌ରେ ଆଗୁଆ ହୋଇ ଦୃଢ଼ ସ୍ଥିତିରେ ରହିଥିଲା । ତୃତୀୟ ଦିନରେ ଆଲୋକ ଅଭାବରୁ ଖେଳ ବେଳକୁ ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍‌ରେ ୨୧୩ ରନ୍‌ କରିଥିଲା। ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୫୧ ରନ୍‌ କରିଥିବା ବେଳେ ଶୁକ୍ରବାର ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ମାତ୍ର ୧୬୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଏହି ୩ ଦିନ ଖେଳରେ ମିଚେଲ୍‌ ମାର୍ସ ଶତକରୁ ବଞ୍ଚିତ ହେବା ଏବଂ କେଶବ ମହାରାଜ ଓ ମିଚେଲ୍‌ ଷ୍ଟାର୍କ ୫-୫ ଓ୍ଵିକେଟ୍‌ ଦଖଲ କରିବା ଉଲ୍ଲେଖନୀୟ ରହିଛି।

sa1

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୫୧ (ମିଚେଲ୍‌ ମାର୍ସ-୯୬, ଷ୍ଟିଭେନ୍‌ ସ୍ମିଥ୍‌-୫୬, ଡେଭିଡ୍‌ ଓ୍ଵାର୍ନର-୫୧, ସନ୍‌ ମାର୍ସ-୪୦, ମିଚେଲ୍‌ ଷ୍ଟାର୍କ-୩୫, କେଶବ ମହାରାଜ-୫/୧୨୩, ଭର୍ନାନ୍‌ ଫିଲାଣ୍ଡର୍‌-୩/୫୯, କାଗିସୋ ରାବାଦା-୨/୭୪)।

aus

ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୬୨ (ଏବି ଡିଭିଲିୟର୍ସ-୭୧, ମିଚେଲ୍‌ ଷ୍ଟାର୍କ-୫/୩୪, ନାଥନ୍‌ ଲିଅନ-୩/୫୦, ଜୋସ୍‌ ହାଜେଲ୍‌ଉଡ୍‌-୧/୪୨, ପ୍ୟାଟ୍‌ କମିନ୍‌ସ-୧/୪୭)।

sa aus

ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୨୧୩/୯ (କାମେରନ୍‌ ବନ୍‌କ୍ରଫ୍ଟ-୫୩, ସନ୍‌ ମାର୍ସ-୩୩, ମର୍ନି ମର୍କେଲ୍‌-୩/୪୨, କେଶବ ମହାରାଜ-୩/୯୩, କାଗିସୋ ରାବାଦା-୨/୨୮, ଡିନ୍‌ ଏଲଗାର-୧/୧୦)।

ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: (ଏଡ଼େମ୍ ମକ୍ରମ୍ ୨୬(୫୦) ଅପରାଜିତ, ଡ଼ିନ୍ ଏଲଗାର ୯(୨୦), ହାସିମ୍ ଆମ୍ଲା ୮(୧୯), ଏବି ଡ଼ିଭିଲିୟସ୍ ୦(୧), ଫାଫ୍ ଡ଼ୁ ପ୍ଲେସିସ୍ ୪(୭) ଅପରାଜିତ, ମିଚଲ ଷ୍ଟାକ୍ ୧/୧୮, ଜସ୍ ହାଜେଲଉଡ଼ ୧/୧୬)