ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ୧୧୮ ରନ୍ରେ ଜିତିଲା ଅଷ୍ଟ୍ରେଲିଆ

0
1044

ଡ଼ରବାନ୍: ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପଂଚମ ଦିନରେ ଘରୋଇ ଦଳ ତାର ସମସ୍ତ ୱିକେଟ ହରାଇ ୨୯୮ ରନ୍ ସଂଗ୍ରହ କରିଛି  । ଦ୍ୱିତୀୟ ପାଳିରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଘରୋଇ ଦଳକୁ ୪୧୮ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା  । ଚତୁର୍ଥ ଦିନର ଖେଳର ଶେଷ ସୁଦ୍ଧା ଘରୋଇ ଦଳ ତାର ୯ ୱିକେଟ ହରାି ପରାଜୟର ଦ୍ୱାରଦେଶରେ ଠିଆ ହୋଇଥିଲା  ।

m akram

ଅଷ୍ଟ୍ରେଲିଆ ପାଇଁ କେବଳ ବିଜୟର େଔପଚାରିକତା ବାକିଥିଲା ଯାହାକି ପଂଚମ ଦିନରେ ପୂରଣ ହୋଇଛି  । ପଂଚମ ଦିନର ପ୍ରଥ ସେସନରେ ହିଁ ଘରୋଇଦଳ ମାତ୍ର ୧ରନ କରି ଗୋଟିଏ ୱିକେଟ୍ ହରାଇ ପରାଜିତ ହୋଇଥିଲା  । ଦଳ ପକ୍ଷରୁ ଅଧିନାୟକ ମାକ୍ରମ୍ ସର୍ବାଧିକ ୧୪୩, କ୍ୱିଂଟନ୍ ଡ଼ି କକ୍ ୮୩ ଓ ଥେଉନିସ୍ ଡ଼ି ବ୍ରନ୍ ୩୬ ରନ୍ କରିଥିଲେ  । ଏମାନଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ଖେଳାଳି ୨ ଅଙ୍କ ଛୁଇ ପାରି ନଥିଲେ  ।

wind offf

ଅଷ୍ଟ୍ରେଲିଆ ପକ୍ଷରୁ ମିଚିଲ ଷ୍ଟାକ୍ ସର୍ବାଧିକ ୪ଟି ୱିକେଟ ନେଇଥିଲେ  । ଜସ୍ ହାଜେଲଉଡ଼ ୩ଟି, ପ୍ୟାଟ କମିନସ୍ ଓ ମିଚିଲ ମାସ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା  । ଭ୍ରମ୍ମଣକାରୀ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ପାଳିରେ ମୋଟ ୬ ଅତିରିକ୍ତ ରନ୍ ବ୍ୟୟ କରିଥିଲା  ।