ଦଳରୁ ବାହାରିଲେ ସ୍ମିଥ, ୱାର୍ଣ୍ଣର ଓ ବେନକ୍ରଫ୍ଟ

0
905
smith -warner
smith -warner

କେପଟାଉନ  :  ସ୍ମିଥ, ୱାର୍ଣ୍ଣର ଓ ବେନକ୍ରଫ୍ଟଙ୍କୁ  ଅଷ୍ଟ୍ରେଲିଆ ଦଳରୁ ବାହାର  କରାଯାଇଛି । ଅଷ୍ଟ୍ରେଲିଆ ଟିମ କୋଚ ଡେରେନ ଲିମ୍ୟାନଙ୍କୁ କୋଚ ପଦରୁ ବାହାର କରାଯାଇ ନାହିଁ ।

ବଲ ଟେମ୍ପରିଂ ମାମଲାରେ ସାମିଲ ଥିବା ଅଷ୍ଟ୍ରେଲିଆର ୩ଜଣ  ଖେଳାଳିଙ୍କୁ ଦଳରୁ ବାହାରିବାକୁ ପଡ଼ିଛି । ଏହି ମାମଲାରେ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେମ୍ସ ସଦରଲାଣ୍ଡ ମଙ୍ଗଳବାର ରାତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସଦରଲାଣ୍ଡ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଏହି ମାମଲାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ପ୍ରଶଂସକ ଓ କ୍ରିକେଟ ବୋର୍ଡକୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି, ଏହି ମାମଲାରେ କ୍ରିକେଟ ଅଷ୍ଟ୍ରେଲିଆ ଓ ଆଇସିସି ତରଫରୁ ଯାଞ୍ଚ କରାଯିବ । ବର୍ତ୍ତମାନ କ୍ରିକେଟ ଅଷ୍ଟ୍ରେଲିଆର ଯାଞ୍ଚ ଶେଷ ହୋଇ ନାହିଁ । କିନ୍ତୁ ଆରମ୍ଭରୁ ଜଣାପଡ଼ିଛି ଯେ, ଅଧିନାୟକ ଷ୍ଟିଭ ସ୍ମିଥ, ଡେଭିଡ଼ ୱାର୍ଣ୍ଣର ଓ କେମରନ ବେନକ୍ରଫ୍ଟଙ୍କ ଦ୍ୱାରା ଷଡ଼ଯନ୍ତ୍ର କରାଯାଇଛି । ଏବାବଦରେ ଅନ୍ୟ ଖେଳାଳିଙ୍କୁ ଜଣା ନଥିଲା ।  ଅଧିନାୟକ ଷ୍ଟିଭ ସ୍ମିଥ, ୱାର୍ଣ୍ଣର ଓ ବେନକ୍ରଫ୍ଟଙ୍କୁ ଏହି ଗସ୍ତରୁ ଅଷ୍ଟ୍ରେଲିଆ ଫେରାଇ ନେବାକୁ ନିଷ୍ପତ୍ତି ହୋଇଛି । ସେମାନେ କ୍ରିକେଟ ଅଷ୍ଟ୍ରେଲିଆର ଆଚରଣ ସଂହିତା ୨.୩.୫ ଉଲଂଘନ କରିଛନ୍ତି । ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ଅଗାମୀ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ହେବ ।

ସଦରଲାଣ୍ଡ କହିଛନ୍ତି, ଅଷ୍ଟ୍ରେଲିଆ ଟିମ କୋଚ ଡେରେନ ଲିମ୍ୟାନଙ୍କୁ କୋଚ ପଦରୁ ବାହାର କରାଯାଇ ନାହିଁ । ସେ ନିଜର ଚୁକ୍ତି ଶେଷ ହେବା ପର୍ଯ୍ୟନ୍ତ କୋଚ ରହିବେ । ସଦରଲାଣ୍ଡଙ୍କ ଅନୁସାରେ ଲିମ୍ୟାନଙ୍କୁ ଏହି ଷଡ଼ଯନ୍ତ୍ର ବିଷୟରେ ଜଣା ନଥିଲା । ତାଙ୍କୁ ବିଶ୍ୱ କପ ୨୦୧୯ ପାଇଁ କୋଚ ଦାୟିତ୍ୱ ଦିଆଯାଇଛି । ୱିକେଟ କିପର ଟିମ ପେନଙ୍କୁ ଷ୍ଟିଭଙ୍କ ସ୍ଥାନରେ ଅଧିନାୟକ କରାଯାଇଛି । ଷ୍ଟିଭ ସ୍ମିଥ, ଡେଭିଡ଼ ୱାର୍ଣ୍ଣର ଓ କେମରନଙ୍କ ସ୍ଥାନରେ ମ୍ୟାଥୁ ରେନସା, ଜୋ ବନଓ ଓ ଗ୍ଲେନ ମ୍ୟାକ୍ସୱେଲଙ୍କୁ ସାମିଲ କରାଯାଇଛି ।