ଦଳିତଙ୍କ ପାଇଁ ନିତିଶଙ୍କ ଉପହାର : ଆଇଏଏସ ପ୍ରିଲିମ୍ ପାସ୍ କଲେ ମିଳିବ ଲକ୍ଷେ ଟଙ୍କା

0
946
nitish-kumar
nitish-kumar

ପାଟନା : ଦଳିତଙ୍କ ପାଇଁ ନିତିଶଙ୍କ ଉପହାର । ସିଭିଲ ସର୍ଭିସର ପ୍ରାରମ୍ଭିକ ପରୀକ୍ଷା ପାସ୍ କରୁଥିବା ଉଭୟ ଜନଜାତି ଓ ଦଳିତ ବର୍ଗର ବିଦ୍ୟାର୍ଥିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ନୂଆ ଘୋଷଣା କରିଛନ୍ତି ନିତିଶ ।

ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଅନୁସୂଚିତ ଜାତି ଓ ଜନଜାତି ଆଇଏଏସ ପ୍ରିଲିମ ପାସ୍ କରୁଥିବା ବିଦ୍ୟାର୍ଥିଙ୍କ ପାଇଁ ଲକ୍ଷେ ଟଙ୍କାର ଉପହାର ଘୋଷଣା କରିଛନ୍ତି । ଏହା ସହିତ ବିପିଏସସି ଦ୍ୱାରା ଆୟୋଜିତ ପରୀକ୍ଷା (ପ୍ରାରମ୍ଭିକ) ପାସ୍ କରୁଥିବା ବିଦ୍ୟାର୍ଥିଙ୍କ ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରାଯିବାର ନିଷ୍ପତ୍ତି ଶୁଣାଇଛନ୍ତି । ଛାତ୍ରାବାସରେ ରହି ପ୍ରସ୍ତୁତି ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ୧୫ କେଜି ଶସ୍ୟ ଯୋଗାଇ ଦିଆଯିବ । ସିଭିଲ ସର୍ଭିସର ପ୍ରାରମ୍ଭିକ ପରୀକ୍ଷା ପାସ୍ କରୁଥିବା ଉଭୟ ଜନଜାତି ଓ ଦଳିତ ବର୍ଗର ବିଦ୍ୟାର୍ଥିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ନୂଆ ଘୋଷଣା କରିଛନ୍ତି ନିତିଶ ।

ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ମଧ୍ୟରେ ଭାଜପା ପ୍ରତି ଅସନ୍ତୋଷ ବଢୁଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ଏଭଳି ଏକ ଲୋଭନୀୟ ନିଷ୍ପତ୍ତି ଶୁଣାଇ ଦଳିତ ବର୍ଗଙ୍କ ନିକଟତର ହୋଇପାରିଛନ୍ତି । ଏହା ରାଜ୍ୟରେ ଦଳିତ ବର୍ଗଙ୍କ ଉଚ୍ଚଶିକ୍ଷା ଓ ପ୍ରତିଦ୍ୱନ୍ଦୀତା ମୂଳକ ପରୀକ୍ଷା ବ୍ୟବସ୍ଥାରେ ପ୍ରବେଶକୁ ଉତ୍ସାହିତ କରାଇବ ବୋଲି କୁହାଯାଇଛି ।